Thu. Aug 13th, 2026

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

240 Views

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ଘର ଭିତରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଥିବା ଜଣାଯାଇଛି। ମହିଳାଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଉକ୍ତ ମହିଳାଙ୍କ ନାଆଁ ଦୀପା ସିନ୍ଧ୍ରିଆ ବୋଲି ଜଣାଯାଇଛି। ତାଙ୍କର ବୟସ ୨୫ ବର୍ଷ ବୋଲି କୁହାଯାଉଛି। ସେ ବିବାହିତା।
ମିଳିଥିବା ସୂଚନା ଅନୁଯାୟୀ, ମୃତ ଦୀପା ବିନିକା ଥାନା ଅନ୍ତର୍ଗତ ଗାନ୍ଧିନଗର ପଡ଼ାର ସୋନୁ ସିନ୍ଧ୍ରିଆଙ୍କୁ ବିବାହ କରିଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିବା ହେତୁ ଦୀପା ଅଧିକାଂଶ ସମୟରେ ନିଜ ବାପ ଘରେ ରହୁଥିଲେ। ଗତକାଲି ସେ ଶାଶୁ ଘରକୁ ଫେରିଥିଲେ। ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ଦୀପା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେଣେ ସୁବର୍ଣ୍ଣପୁରର ଜଣେ ମାଜିଷ୍ଟ୍ରେଟ୍ ଆସିବାପରେ ତାଙ୍କ ଉପସ୍ଥିତିରେ କବାଟ ଖୋଲାଯାଇ ତଦନ୍ତ ଆରମ୍ଭ କରାଯିବ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହା ଘଟିଛି ବୋଲି ଚର୍ଚ୍ଚା ହେଉଛି।

By amfnews

Related Post