Fri. Sep 4th, 2026

ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ଚୂଡ଼ାନ୍ତ

249 Views

ସୁବର୍ଣ୍ଣପୁର : ଆସନ୍ତା ୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅନୁଷ୍ଠିତ ହେବ। ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଲଗ୍ନ ସ୍ଥିର କରାଯାଇଛି। ୩ ତାରିଖ ଦିନ ସକାଳ ୮ଟା୪୭ ରୁ ୯ଟା୫୭ ମଧ୍ୟରେ ସମଲେଇ ମନ୍ଦିରରୁ ପାହୁର ବାହାରି ଇଷ୍ଟଦେବୀ ସୁରେଶ୍ୱରୀ ଏବଂ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗିହେବ। ଏହାପରେ ୯ଟା୫୭ ରୁ ୧୦.୧୧ ମଧ୍ୟରେ ଜିଲ୍ଲାବାସୀ ନିଜ ନିଜ ଘରେ ଥିବା ଦେବାଦେବୀଙ୍କୁ ପୂଜା କରିବା ସହ ନବାନ୍ନ ଖାଇବେ।

ପଶ୍ଚିମ ଓଡ଼ିଶାର ନୂଆଁଖାଇ ପାଇଁ ଲଗ୍ନ ନିର୍ଣ୍ଣୟ ପରମ୍ପରା ବେଶ୍‌ ମହତ୍ତ୍ୱ ରଖେ। କାହିଁ କେତେ ଦିନରୁ ଗଡ଼ଜାତ ଅମଳରୁ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହି ପରମ୍ପରା ଚାଲିଆସୁଛି। ପ୍ରତିବର୍ଷ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ବ୍ରାହ୍ମଣ ମହାସଭା ବସି ଏହି ଲଗ୍ନ ନିର୍ଣ୍ଣୟ କରିଥା’ନ୍ତି। ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ଓ ସମୟ ଗଣନା କରାଯାଏ।

ପୁର୍ବରୁ ସୋନପୁର ମହାରାଜାଙ୍କ ତତ୍ତ୍ୱାବଧାନରେ ନୂଆଁଖାଇ ଲଗ୍ନ୍ନ ନିର୍ଣ୍ଣୟ ହେଉଥିବାବେଳେ ସ୍ୱାଧୀନତା ପରେ ପୌରପରିଷଦ ପକ୍ଷରୁ ଏହା କରାଯାଉଛି। ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଭାବେ ଗଳି ଗଳିରେ ଡେଙ୍ଗୁରା ଦେଇ ଲଗ୍ନ ସମୟ ଘୋଷଣା କରାଯାଇଥାଏ। ଅନ୍ୟ ବର୍ଷଗୁଡ଼ିକ ପରି ଏଥର ବି ଜିଲ୍ଲାବାସୀ ଉତ୍ସାହର ସହ ଏହି ଗଣପର୍ବକୁ ଅପେକ୍ଷା କରିଛନ୍ତି।

By amfnews

Related Post