Thu. Jun 11th, 2026

ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ୪ ବିଚାରପତିଙ୍କ ନାମ ସୁପାରିଶ କଲେ କଲିଜିୟମ

351 Views

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ସୁପ୍ରିମ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ୪ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ସୁପ୍ରିମ କୋର୍ଟ ନୂତନ ବିଚାରପତି ଭାବେ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆର ସୁବାସ ରେଡ୍ଡି, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମ ଆର ଶାହ ଏବଂ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସର୍ବସମ୍ମତି କ୍ରମେ ସୁପାରିଶ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ କଲେଜିୟମ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ନାମ ସୁପାରିଶ କରିଥାନ୍ତି। ଏହି କ୍ରମରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତ୍ଵତ୍ୱରେ ଜଷ୍ଟିସ ଏମ ବି ଲୋକୁର, ଜଷ୍ଟିସ କୁରିୟନ ଯୋଶେଫ, ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଏସ ଏ ବୋବ୍‌ଡେଙ୍କୁ ନେଇ ଗଠିତ ୫ ସଦସ୍ୟ ବିଶିଷ୍ଟ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କ ନାମ ସୁପାରିଶ କରିଛନ୍ତି। ଚଳିତ ବର୍ଷ ୨ ଜଣ ବିଚାରପତି ଯଥା ଜଷ୍ଟିସ କୁରିୟନ ଜୋଶେଫ( ନଭେମ୍ବର) ଓ ଜଷ୍ଟିସ ଏମ ବି ଲୋକୁର(ଡିସେମ୍ବର) ଅବସର ନେଉଥିବା ବେଳେ ୨୦୧୯ ମାର୍ଚ୍ଚ ମାସରେ ଜଷ୍ଟିସ ଏ କେ ସିକ୍ରି ଅବସର ନେବେ। ତେଣୁ ସେହି ଶୂନ୍ୟସ୍ଥାନରେ ବିଚାପତିଙ୍କୁ ନିଯୁକ୍ତି ଦେବା ପାଇଁ ସୁପ୍ରିମକୋର୍ଟ କଲିଜିୟମ ଏହି ସୁପାରିଶ କରିଛି। ବିଚାରପତି ୩ ଜଣଙ୍କ ଅବସର ଓ ୪ ଜଣ ବିଚାରପତିଙ୍କ ନୂତନ ନିଯୁକ୍ତି ପରେ ସୁପ୍ରମକୋର୍ଟର ବିଚାରେପତି ସଂଖ୍ୟା ୨୮ ହେବ। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟରେ ସର୍ବାଧିକ ୩୧ ଜଣ ବିଚାରପତିଙ୍କୁ ନିଯୁକ୍ତିିି ଦିଆଯିବାର ବ୍ୟବସ୍ଥା ରହିଛି।

By amfnews

Related Post