Sat. Oct 17th, 2026

‘ସୁନ୍ଦରୀ’ ଚାଷୀ ମାରିବା ପରେ ପୁଲିସ ଭ୍ୟାନ୍‌ ପୋଡ଼ି ଘଟନାରେ ବିଜେପି ଜିଲ୍ଲା ସଭାପତି ଗିରଫ

227 Views

ଅନୁଗୁଳ, ୨୮/୧୦ : ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ବାଘୁଣୀ ‘ସୁନ୍ଦରୀ’ ତ୍ରିନାଥ ସାହୁ ନାମକ ଜଣେ ଚାଷୀଙ୍କୁ ମାରିବା ପରେ ଉପୁଜିଥିବା ହିଂସାକାଣ୍ଡରେ ପୁଲିସ ଭ୍ୟାନ୍‌ ପୋଡ଼ି ଘଟନାରେ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ରବିବାର ଦିନ ଗିରଫ କରାଯାଇଛି।
ଆଜି ସକାଳେ ଜରପଡ଼ା ପୁଲିସ ଶ୍ରୀ ପ୍ରଧାନଙ୍କୁ ମେଣ୍ଢାଶାଳ ଗାଁ’ରୁ ଗିରଫ କରିବା ପରେ ଅନୁଗୁଳସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଉଛି। ଏହା ପରେ ତାଙ୍କୁ କୋର୍ଟ ଫର୍‌ଓ୍ଵାର୍ଡ କରାଯିବ।

ବାଘୁଣୀ ଚାଷୀ ମାରିବା ପରେ ସ୍ଥାନୀୟ ଲୋକେ ମୁଣ୍ଡାସାହି ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୁଲିସ ଲାଠି ଚାଳନା କରିଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେବା ସହ ଭ୍ୟାନ୍‌ ପୋଡ଼ି ଦେଇଥିଲେ।

ଉକ୍ତ ହିଂସାକାଣ୍ଡ ସମୟର ଭିଡିଓ ଓ ଫଟୋ ଆଦି ଦେଖି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରୁଛି। ଗତକାଲି ସୁଦ୍ଧା ପୁଲିସ ୩୨ ଜଣଙ୍କୁ ଗିରଫ କରି ସାରିଛି।

ଆଜି ଆହୁରି କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବ।

By amfnews

Related Post