Mon. Apr 27th, 2026

ସୁନ୍ଦରଗଡ଼: ଘର ଭାଙ୍ଗି ଭିତରେ ପଶି ବୃଦ୍ଧଙ୍କୁ ପାଦରେ ଦଳି ଦେଲା ହାତୀ

315 Views

ସୁନ୍ଦରଗଡ଼, ଡିସେମ୍ବର ୨୦ : ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ ଜବଲାଡ଼ିହି ଗ୍ରାମରେ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଦନ୍ତା ହାତୀ ଘର ଭାଙ୍ଗିି ଭିତରେ ପଶି ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ପାଦରେ ଦଳି ହତ୍ୟା କରିଛି ଏ ନେଇ ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜବଲାଡିହି ଗ୍ରାମର ଫେଜେ ତେରେ(୬୫ ବର୍ଷ) ଘର ଭିତରେ ଏକୁଟିଆ ଶୋଇଥିଲେ। ପ୍ରବଳ ଶୀତ ଯୋଗୁଁ ଶ୍ରୀ ତେରେ ଘୋଡ଼େଇ ହୋଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ହାତୀ ତାଙ୍କ ଘର ଭାଙ୍ଗି ଭିତରେ ପଶିଥିବା କଥା ସେ ଜାଣି ପାରି ନ ଥିଲେ। ତେବେ ହାତୀଟି ଶୋଇଥିବା ଶ୍ରୀ ତେରେଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବା ସହିତ ପାଦରେ ଦଳି ହତ୍ୟା କରିଥିଲା। ଆଜି ସକାଳୁ ଏ ନେଇ ଗ୍ରାମବାସୀମାନେ ଜାଣିବା ପରେ ଏ ସମ୍ପର୍କରେ ପୁଲିସ ଓ ବନବିଭାଗକୁ ଖବର ଦେଇଛନ୍ତି। ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଛି। ବନବିଭାଗର ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post