Fri. Sep 25th, 2026

ସୁଙ୍କିଘାଟିରେ ପାହାଡ଼ ଧସି ରାସ୍ତା ବନ୍ଦ: ୩୬ ନମ୍ବର ରାଜପଥରେ ଅଟକି ରହିଛି ୫୦୦ ଯାନବାହନ

202 Views

ଜୟପୁର  :  ଅତି ପ୍ରବଳ ବର୍ଷା ଯୋଗୁଁ ବୁଧବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ସୁଙ୍କିଘାଟିରେ ପାହାଡ଼ ଧସି ରାସ୍ତାରେ ପଡ଼ିଥିବାରୁ ୧୨ ଘଣ୍ଟା ହେବ ୩୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ରାଜପଥର ଦୁଇ ଦିଗରେ ପ୍ରାୟ ୫୦ କିଲୋମିଟର ଦୀର୍ଘ ରାସ୍ତା ଉପରେ ଅଟକି ରହିଛି ୫୦୦ ସରିକି ବସ୍‌, ଟ୍ରକ୍‌ ଏବଂ ଅନ୍ୟାନ୍ୟ ଯାନବାହନ।

ସନ୍ଧ୍ୟା ପ୍ରାୟ ୬ଟା ବେଳେ ପାହାଡ଼ରୁ ମାଟି ଅଜାଡ଼ି ହୋଇ ପଡ଼ିବା ସମୟରେ ଘାଟି ଅତିକ୍ରମ କରୁଥିବା ନାଲ୍‌କୋ ଆମେନସିଟିର ଗୋଟାଏ ବସ୍‌ ଏବଂ ଅନ୍ୟ ଗୋଟାଏ ଟ୍ରକ୍‌ ମାଟିରେ ଦବି ରହିଯାଇଛନ୍ତି।

ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ହନ୍ତସନ୍ତ ହେଉଥିବା ଯାତ୍ରୀମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ସ୍ଥାନୀୟ ଅଞ୍ଚଳରୁ ଶ୍ରମିକ ଆଣି ରାସ୍ତାରୁ ଅବରୋଧ ହଟାଇବା କାର୍ଯ୍ୟରେ ଲଗାଇଛନ୍ତି। ଘାଟି ସଫେଇ ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଏ ଯାଏଁ କୌଣସି ଉଦ୍ୟମ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି।

By amfnews

Related Post