Sun. Sep 13th, 2026

ସୀମାରେ ହାଇଆଲର୍ଟ ଜାରି, ପାଇଲଟ୍‌ ଅଭିନନ୍ଦନଙ୍କ ଫେରିବା ବିଳମ୍ବ ହୋଇପାରେ

510 Views

ନୂଆଦିଲ୍ଲୀ: ଦୀର୍ଘ ପନ୍ଦର ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଥିବା ହେତୁ ଭାରତ ସୀମାରେ ଏବେ ହାଇଆର୍ଲଟ ଜାରି ହୋଇଛି। ଯବାନମାନଙ୍କୁ ସଦା ସଜାଗ ରହିବା ପାଇଁ କୁହାଯାଇଛି। ସୀମାରେ ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅସ୍ତ୍ରଶସ୍ତ୍ର ଧରି ସଜାଗ ରହିଛନ୍ତି ଭାରତୀୟ ସେନା ଯବାନ। ପଞ୍ଜାବ ପୁଲିସ୍‌ ପକ୍ଷରୁ ଓ୍ଵାଘା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆଜି ଅପରାହ୍ନ ୪ଟାରେ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଦେଶକୁ ଫେରିବେ ବୋଲି ସୂଚନା ରହିଥିଲା। ମାତ୍ର ଜଣେ ପାକିସ୍ତାନୀ ସ୍ୱେଚ୍ଛାସେବୀ ସଂଗଠନ ଅଭିନନ୍ଦନଙ୍କ ମୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିବା ହେତୁ ସେ ଉଚିତ ସମୟରେ ଦେଶରେ ପହଞ୍ଚି ପାରିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ନିର୍ଦ୍ଧାରିିତ ସମୟରେ କମାଣ୍ଡର୍‌ ଅଭିନନ୍ଦନ ଦେଶକୁ ଫେରି ନପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଣେ ଅଭିନନ୍ଦନଙ୍କ ଫେରିବା ନେଇ ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନେଇ ବସିଛି।

By amfnews

Related Post