Fri. May 15th, 2026

ସିରିଜ୍‌ ଦୁର୍ଘଟଣା: ୧୨ ଆହତ

144 Views

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଆଡ଼କଟା କାଳିଆପଡ଼ାରେ ଏକ ସିରିଜ୍‌ ଦୁର୍ଘଟଣା ହୋଇଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛି।

ସୂଚନା ଅନୁଯାୟୀ, କଣ୍ଟିଲୋ ନିକଟସ୍ଥ ବିଜିପୁରରେ ବାହାଘର ସାରି କିଛି ବରଯାତ୍ରୀ ଲୋକ ଦୁଇଟି କାର୍‌ରେ ଫେରୁଥିଲେ। କାର୍‌ ଦୁଇଟି ଆଗପଛ ହୋଇ ଆସୁଥିଲେ। ସେତିକି ବେଳେ କାଳିଆପଡ଼ା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପ୍ରଥମେ ଆଗରେ ଆସୁଥିବା କାର୍‌କୁ ଧକ୍କା ଦେଇଥିଲା। ଫଳରେ ତାହା ଅଟକି ଯାଇଥିଲା। ଏହା ପରେ ପଛରେ ଆସୁଥିବା ଦ୍ୱିତୀୟ କାର୍‌ଟି ଜୋରରେ ତା’ ପଛରେ ପିଟି ହୋଇଥିଲା।

ଦୁର୍ଘଟଣାରେ ତିନୋଟି ଯାକ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

By amfnews

Related Post