Sun. Sep 27th, 2026

ସିମ୍‌ରନ୍‌ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି, ଆମରଣ ଅନଶନରେ ବସିଲେ ବାପା-ମା’

302 Views

ଝାରସୁଗୁଡ଼ା : ବହୁଚର୍ଚ୍ଚିତ ସେଲ୍‌ଫି ବେବୋ ଅଭିନେତ୍ରୀ ସିମ୍‌ରନ୍‌ ସିଂ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ନେଇ ତାଙ୍କ ବାପା-ମା’ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ଝିଅର ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବାପା ବିଜୟେନ୍ଦ୍ର ସିଂ ଅଭିଯୋଗ କରିଛନ୍ତି। ଏ ନେଇ ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ପୁଲିସ ତଦନ୍ତକୁ ଗୁରତ୍ବ ଦେଉନାହିଁ।

ଝିଅର ହତ୍ୟାକାରୀଙ୍କୁ ଧରିବ‌ାରେ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉ ନଥିବାରୁ ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇଙ୍କୁ ପ୍ରଦାନ କରାଯାଉ ବୋଲି ସିମ୍‌ରନ୍‌ଙ୍କ ବାପା-ମା’ ଦାବି କରି କରିନ୍ତି। ପ୍ରତିବାଦ ସ୍ବରୂପ ଶନିବାର ଠାରୁ ଉଭୟେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି। ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ଓ ଅନ୍ୟ ପୁଲିସ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବି ସେମାନେ ଜିଦ୍‌ରେ ଅଟଳ ରହିଛନ୍ତି। ସିମ୍‌ରନଙ୍କୁ ଅପହରଣ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ତାଙ୍କ ପୁରୁଷ ବନ୍ଧୁ ଯୁଗ ସୁନାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି। ବୁର୍ଲା ପୁଲିସ ଅଧିକ ତଦନ୍ତ ପାଇଁ ଯୁଗଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରୁଥିବ‌ା ଜଣାଯାଇଛି।

By amfnews

Related Post