Fri. Sep 4th, 2026

ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ

343 Views

ନୂଆଦିଲ୍ଲୀ,14 Jan.2019: ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌.ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମ୍‌କାର୍ଟରେ ଚାଲେଞ୍ଜ୍‌ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ଓ ସୂଚନା ଅଧିକାରୀ କର୍ମୀ ଅଞ୍ଜଳି ଭରଦ୍ୱାଜଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇ ଓଡ଼ିଶା କ୍ୟାଡର ଆଇପିଏସ୍‌ ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନ କରାଯାଇଛି।

ଗତ ଜାନୁଆରି ୧୦ରେ ତାକୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି। ଏହି ପିଟିସନ୍‌ରେ ଦର୍ଶାଯାଇଛି କି ସିବିଆଇ ନିର୍ଦ୍ଦେଶକ ଚୟନ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି କରିଥାଏ। ମାତ୍ର ରାଓଙ୍କ ଚୟନ ଏହି କମିଟି କରି ନାହିଁ କିମ୍ବା କମିଟି ରାଓଙ୍କ ନିଯୁକ୍ତି ନେଇ କୌଣସି ମତାମତ ମଧ୍ୟ ଦେଇ ନାହିଁ। ତେଣୁ ଏହି ନିଯୁକ୍ତି ଆଇନ ସମ୍ମତ ନୁହେଁ।

ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ଏମ୍‌.ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପନ ନିର୍ଦ୍ଦେଶ ଦେଇଥିଲେ। ଏପରି ସ୍ଥଳେ କେନ୍ଦ୍ର ସରକାର ପୁଣି ଥରେ କିପରି ରାଓଙ୍କୁ ନିଯୁକ୍ତି ଦେଲେ ତାହା ଏହି ଆବେଦନରେ ପ୍ରଶ୍ନ କରାଯାଇଛି।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ‘କମନ୍‌ କଜ୍‌’ ଓ ଅଞ୍ଜଳି ଭରଦ୍ୱାଜଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

By amfnews

Related Post