Tue. Aug 18th, 2026

ସିବିଆଇ ବନାମ ସିବିଆଇ: ସିଭିସି ରିପୋର୍ଟର କପି ପାଇବେ ଆଲୋକ ବର୍ମା; ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ ତାରିଖରେ

326 Views

ନୂଆଦିଲ୍ଲୀ,୧୬/୧୧: ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନ୍‌ (ସିଭିସି) ରିପୋର୍ଟର କପି ମିଳିବ ବୋଲି କହିଛନ୍ତି। ସିଭିସି ତାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ କରି ସୁପ୍ରିମ୍‌ କୋର୍ଟଙ୍କୁ ମୁଦା ଲଫାପା ମଧ୍ୟରେ ଗୋପନ ରିପୋର୍ଟ ଦେଇଥିଲା।

ଏହି ତଦନ୍ତରୁ ମିଶ୍ର ଫଳ ମିଳିଛି ଏବଂ କେତେକ ଅଭିଯୋଗ ଉପରେ ଅଧିକ ତଦନ୍ତ ଆବଶ୍ୟକ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୁପ୍ରମ୍‌ କୋର୍ଟ ବର୍ମାଙ୍କୁ ସିଭିସି ରିପୋର୍ଟର ଗୋପନୀୟତା ବଜାୟ ରଖିବାକୁ କହିବା ସହ ଏହାର ବିଷୟବସ୍ତୁ ଉପରେ ସୋମବାର ସୁଦ୍ଧା ଜବାବ ଦେବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ଅଭିଯୋଗକାରୀ ରାକେଶ ଅସ୍ଥାନା ଏହି ରିପୋର୍ଟର କପି ପାଇଁ ଅନୁରୋଧ କରିଥିଲେ ବି, ତାଙ୍କୁ ଏହା ମିଳିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସରକାରଙ୍କର ଦୁଇ ଶୀର୍ଷସ୍ତରୀୟ ଆଇନ୍‌ ଅଧିକାରୀ ଆଟର୍ଣ୍ଣି ଜେନେରାଲ୍‌ ଭି ଭି ବେଣୁଗୋପାଳ ଏବଂ ସଲିସିଟର୍‌ ଜେନେରାଲ୍‌ ମଧ୍ୟ ମୁଦା ଲଫାପା ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ।ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି: କହିବା ଅନାବଶ୍ୟକ ଯେ ଏଜି ଓ ଏସ୍‌ଜିଙ୍କ କାର୍ଯ୍ୟାଳୟକୁ ପଠା ଯିବାକୁ ଥିବା ରିପୋର୍ଟ ଅତି ଗୋପନରେ ପ୍ରଦାନ କରାଯିବ।

By amfnews

Related Post