Wed. Jul 15th, 2026

ସିବିଆଇ ବନାମ ସିବିଆଇ: ରାକେଶ ଅସ୍ଥାନାଙ୍କ କେସ୍‌ ଡାଇରିକୁ ଯାଞ୍ଚ କରିବାକୁ ଆଲୋକ ବର୍ମାଙ୍କୁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ

416 Views

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ସିବିଆଇ ପକ୍ଷରୁ ଯେଉଁ ଏଫ୍‌ଆଇଆର୍‌ ଆଗତ ହୋଇଛି ତାହାକୁ ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ଏହି ମାମଲାରେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏ କେ ଶର୍ମା ଆଜି କୋର୍ଟରେ ଉପସ୍ଥିତ ରହି କହିଥିଲେ ଯେ ବର୍ତ୍ତମାନ ଅସ୍ଥାନାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ଏହି ଏଫ୍‌ଆଇଆର୍‌କୁ ରଦ୍ଦ କରାଯାଇ ପାରିବ ନାହିଁ। ଏହା ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେବା ଏହି ମାମଲାର ପରବର୍ତ୍ତୀ ଶୁଣାରିକୁ ଆସନ୍ତା ଡିସେମ୍ବର ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଏବଂ ସେ ପର୍ଯ୍ୟନ୍ତ ଏହି ମାମଲାରେ ସ୍ଥତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post