Sat. Jul 4th, 2026

ସିଡିଏ କୃଷକ ବଜାର ଅଞ୍ଚଳରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

202 Views

କଟକ : କଟକସ୍ଥିତ ସିଡିଏ କୃଷକ ବଜାର ଅଞ୍ଚଳରେ ଥିବା ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ବସ୍ତି ଉଚ୍ଛେଦ କରିବା ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

କୃଷକ ବଜାର ଅଞ୍ଚଳରେ କିଛି ବର୍ଷ ହେଲା ବେଆଇନ ଭାବେ ବସ୍ତି ଗଢ଼ି ଉଠିଥିଲା। ତେବେ ଆଜି ତହସିଲଦାର, କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର  ଉପସ୍ଥିତିରେ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ବେଳେ ବସ୍ତି ବାସିନ୍ଦା ତୀବ୍ର ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି।

କଟକ ଜିଲ୍ଲାପାଳ କହିଛନ୍ତି, ଏଠାରେ ବସ୍ତି ଉଚ୍ଛେଦ କରାଯାଉ ନାହିଁ। ଏଠି ରାସ୍ତାଟିଏ ଫିଟୁଛି। ସେଥିପାଇଁଯେତିକି ଜାଗା ଦରକାର, ଆମେ ସଫା କରୁଛୁ। କିଛି ମୁଷ୍ଟିମେୟ ଲୋକ ଓ  କିଛି ଦଲାଲ ଲୋକଙ୍କୁ ଉସକାଇ କରି  ଉତ୍ତେଜନା ସୃଷ୍ଟି କରୁଛନ୍ତି। ଲୋକଙ୍କର କିଛି ଅସୁବିଧା ନାହିଁ।” ଜଣେ ବସ୍ତି ବାସିନ୍ଦା କହିଛନ୍ତି,“ ୨୦ବର୍ଷ ହେଲା ଆମେ ଏହି ବସ୍ତିରେ ରହି ଆସୁଛୁ। ଜିଲ୍ଲା ପ୍ରଶାସନ ଆମ ବସ୍ତି ଉଚ୍ଛେଦ କରୁଛି। ଏଥିପାଇଁ ଆମେ ଆଇନର ଆଶ୍ରୟ ନେବୁ।”

 

By amfnews

Related Post