Thu. Jun 11th, 2026

ସିଡନୀ ଦିନିକିଆ: ପ୍ରଥମରୁ ଭାରତକୁ ଶକ୍ତ ଝଟକା, ସ୍ଥିତି ସମ୍ଭାଳିଲେ ରୋହିତ, ଧୋନୀ

233 Views

ସିଡନୀ: ସିଡନୀଠାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୨୮୯ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ ଝଟକା ପାଇଛି। ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ।

ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ କ୍ରିିଜ୍‌ରେ ରହି ଭାରତର ସ୍ଥିତି ସମ୍ଭଳିବାକୁ ଉଦ୍ୟମ କରିଛନ୍ତି। ରୋହିତ ଶର୍ମା ୬୩ଟି ବଲର ମୁକାବିଲା କରି ୩ଟି ଛକା ଓ ୨ଟିଚୌକା ସହିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତଙ୍କୁ ଭରପୁର ସହଯୋଗ ଦେଇଛନ୍ତି ଅଭିଜ୍ଞ ଧୋନୀ। ଧୋନୀ ମଧ୍ୟ ଗୋଟିଏ ଛକା ଓ ୨ଟି ଚୌକା ସହିତ ୩୭ ରନ୍‌ କରି ଅପରାଜିତ ଅଛନ୍ତି।

ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲା। ଦଳ ଖଓ୍ଵାଜା( ୫୯ ରନ), ସନ୍‌ ମାର୍ସ( ୫୪ ରନ୍‌), ହ୍ୟାଣ୍ଡକମ୍ବ (୭୩ ରନ) ଓ ଷ୍ଟୋଇନସଙ୍କ ଅପରାଜିତ ୪୭ ରନ୍‌ ସହାୟତାରେ ଭାରତ ସମ୍ମୁଖରେ ୨୮୯ରନ୍‌ର ବିଜୟଲକ୍ଷ୍ୟ ରଖିଥିଲା।। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍‌ ହାସଲ କରିଛନ୍ତି।

By amfnews

Related Post