Sat. Jul 25th, 2026

ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ ବନ୍ଦ

167 Views

ବରଗଡ଼ : ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ। ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା ସହ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା।

ସୂଚନାଥାଉ କିଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟୁକୁର୍ଲାକୁ ଉଠାଇ ନିଆଯିବା ପରେ ପୁରୁଣା ହସ୍ପିଟାଲ୍‌କୁ ସିଟି ହସ୍ପିଟାଲ୍ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଗତ ୩ ଦିନ ଧରି କଂଗ୍ରେସବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ଚାଲିଥିଲା । ଗତକାଲି ସହରବାସୀ ଆନ୍ଦୋଳନକୁ ଓହ୍ଲାଇ ବରଗଡ଼ ବନ୍ଦ କରିବା ସହ ହସ୍ପିଟାଲ୍ ପରିସରରେ ଓ ଥାନା ସାମ୍ନାରେ ଧାରଣା ଦେଇଥିଲେ।

ଏହି ସମୟରେ ହଜାର ହଜାର ସଂଖ୍ୟାରେ ସହରବାସୀ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ତେବେ ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲୁ ରହିବା ନେଇ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଜିଲ୍ଲାପାଳ ସୋମବାର ସନ୍ଧ୍ୟାରେ ସମସ୍ତ ଦଳର ନେତାସଂଘ ଓ ସଂଗଠନକୁ ବୈଠକ ପାଇଁ ଡାକିଥିଲେ ମଧ୍ୟ କେହି ଆସିନଥିଲେ ।  ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।

By amfnews

Related Post