Tue. Aug 18th, 2026

ସିକ୍ୟୁରିଟି ଗାର୍ଡଙ୍କ ଗୁଳି ଚୋଟରେ ଆହତ ବିଚାରପତିଙ୍କ ପୁଅର ଗୁରୁଗ୍ରାମ ଡାକ୍ତରଖାନାରେ ମୃତ୍ୟୁ

216 Views

ଗୁରୁଗ୍ରାମ : ଗତ ସପ୍ତାହରେ ଗୁରୁଗ୍ରାମ ଠାରେ ସିକ୍ୟୁରିଟି ଗାର୍ଡଙ୍କ ଗୁଳି ଚୋଟରେ ସାଙ୍ଘାତିକ ଆହତ ହୋଇଥିବା ଆଡିସ୍‌ନାଲ୍‌ ସେସନ୍‌ ଜଜ୍‌ କ୍ରିଷନ୍‌ କାନ୍ତ ଶର୍ମାଙ୍କ ପୁଅ ଧ୍ରୁବଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି।

ପୂର୍ବରୁ ଡାକ୍ତରମାନଙ୍କ ଦ୍ୱାରା ‘ବ୍ରେନ୍‌ ଡେଡ୍‌’ ବୋଲି ଘୋଷିତ ଧ୍ରୁବଙ୍କର ଆଜି ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା କଥା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ଅକ୍ଟୋବର ୧୩ ତାରିଖ ଦିନ ଗୁରୁଗ୍ରାମର ଏକ ଜନଗହଳିପୂର୍ଣ୍ଣ ବଜାରରେ ନିଜ ନିରାପତ୍ତା ରକ୍ଷୀଙ୍କ ଗୁଳି ଚୋଟରେ ବିଚାରପତିଙ୍କ ପତ୍ନୀ ଓ ପୁତ୍ର ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।

ତହିଁ ଆରଦିନ ଅର୍ଥାତ୍‌ ରବିବାର ଦିନ ତାଙ୍କ ପତ୍ନୀ ଋତୁଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ତାଙ୍କ ପୁତ୍ରଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ନିରାପତ୍ତା ରକ୍ଷୀ ମହିପାଳ ସିଂହ ଅବସାଦରେ ଆକ୍ରାନ୍ତ ଥିଲା ଏବଂ ବିଚାରପତିଙ୍କ ପରିବାରର ଅଶାଳୀନ ବ୍ୟବହାର ଯୋଗୁଁ ଅସ୍ଥିର ହୋଇପଡ଼ିଥିଲେ। ତାଙ୍କ ଘର ହରିୟାଣା। ତାଙ୍କ ପତ୍ନୀ ଜଣେ ଶିକ୍ଷିକା ଏବଂ ତାଙ୍କର ସାତ ଓ ତିନି ବର୍ଷ ବୟସ୍କ ଦୁଇଟି ପିଲା ଅଛନ୍ତି।

By amfnews

Related Post