Tue. Jul 28th, 2026

ସିଏଏ-ବିରୋଧୀ ଦଙ୍ଗା ଓ ପୋଡ଼ାଜଳାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୋଷ୍ଟର୍‌ ଲଗାଇଲା ଲକ୍ଷ୍ନୌ ପୁଲିସ

216 Views

ଲକ୍ଷ୍ନୌ : ଶୁକ୍ରବାର ଦିନ ଲକ୍ଷ୍ନୌ ପୁଲିସ ‘ସିଏଏ’ ବିରୋଧୀ ହିଂସାକାଣ୍ଡରେ ସମ୍ପୃକ୍ତ ୫୩ ଜଣଙ୍କ ଫଟୋ ଥିବା ହୋର୍ଡିଙ୍ଗ୍‌ ଲଗାଇଛି। ୨୦୧୯ ମସିହା ଡିସେମ୍ବର ୧୯ ତାରିଖ ଦିନ ଏମାନେ ସହରରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ।

ଜିଲ୍ଲା ପ୍ରଶାସନ ଏବଂ ଲକ୍ଷ୍ନୌ ପୁଲିସ ଏହି ୫୩ଜଣ ଅଭିଯୁକ୍ତଙ୍କ ଫଟୋ ସଂଗ୍ରହ କରିଥିଲା। ଦଙ୍ଗାକାରୀଙ୍କ ମଧ୍ୟରୁ ୧୩ ଜଣ ହେଉଛନ୍ତି ତ୍ରାନ୍‌ସ୍‌ ଗୋମତି, ୨୪ଜଣ ହଜ୍‌ରତ୍‌ଗଞ୍ଜ୍‌ ଏବଂ ୧୬ଜଣ ପୁରୁଣା ଲକ୍ଷ୍ନୌର ବାସିନ୍ଦା। ସହରର ପ୍ରମୁଖ ଛକ ସ୍ଥାନମାନଙ୍କରେ ଏହି ଭଳି ସମୁଦାୟ ୧୦୦ଟି ହୋର୍ଡିଙ୍ଗ୍‌ ଲଗାଯିବ।

ଦଙ୍ଗାରେ ନଷ୍ଟ ହୋଇଥିବା ୧. ୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଭରଣା କରିବାକୁ ଅଭିଯୁକ୍ତ ଦଙ୍ଗାକାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ଯଦି ସେମାନେ ଭରଣା ଅର୍ଥ ପୈଠ କରିବାରେ ବିଫଳ ହୁଅନ୍ତି ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ।

By amfnews

Related Post