Fri. Apr 24th, 2026

ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର ବିରୋଧରେ ସତ୍ୟାଗ୍ରହ

156 Views

ଭଦ୍ରକ : ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ଭଦ୍ରକ ବିରୋଧ କରାଯାଇଛି। ଏସବୁକୁ ବିରୋଧ କରି ପୁରୁଣାବଜାର ସ୍ଥିତ ମଲ୍ଲିକ ମୈଦାନ ଠାରେ ଭଦ୍ରକ ମୁସଲିମ ଯୁଵକ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ଗତକାଲି ୭୧ତମ ସାଧାରଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ଆଉ ସେମାନଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ କରିଛନ୍ତି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶରେ ନିଆଯିବ ବୋଲି ମୁସଲିମ ଯୁଵକ ସଂଘ ପକ୍ଷରୁ କୁହାଯାଇଛି।

By amfnews

Related Post