Sun. Sep 13th, 2026

ସାର ଚୋରା ଚାଲାଣ ଅଭିଯୁକ୍ତକୁ ଧରିବା ବିଜେପିର ଦାବି

325 Views

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଗତ ୧୨ ତାରିଖରେ ସାର, ଔଷଧ, କୀଟନାଶକ ଆଦି ସାମଗ୍ରୀ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରା ପଡିଥିଲେ । ସରକାରଙ୍କ ତରଫରୁ ରବି ଚାଷ ପାଇଁ କୃଷକମାନଙ୍କ ପାଇଁ ଆସିଥିବା  ସାର, ଔଷଧ, କୀଟନାଶକ ଆଦି ବଣ୍ଟନ ନକରି କୃଷି ବିଭାଗ ଏବଂ ଆତ୍ମା କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଏହାକୁ ଚୋରା ଚାଲାଣ କରୁଥିଲେ  ।

ଗିରଫ ହୋଇଥିବା କର୍ମଚାରୀଙ୍କ ବ୍ୟତୀତ ଏଥିରେ ଅନ୍ୟ କର୍ମଚାରୀ ସଂପୃକ୍ତ ଥିବାରୁ ଜିଲ୍ଲା ବିଜେପି ତରଫରୁ  ଆତ୍ମାର ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଉଦ୍ଦେଶ୍ୟରେ ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ପ୍ରଧାନ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏବଂ ବିଜେପି କର୍ମୀ ସୋମବାର ବ୍ଲକ ପରିସରରେ ଆନ୍ଦୋଳନ କରିଥିଲେ  ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅନ୍ୟ ଦୋଷୀମାନଙ୍କୁ ତୁରନ୍ତ ଗିରଫ୍ ପାଇଁ କଙ୍କଡାହାଡ ବିଡିଓଙ୍କୁ ମଧ୍ୟ ପ୍ରଦାନ କରିଥିଲେ  । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଙ୍କଡାହାଡ ମଣ୍ଡଳ ସଭାପତି ବଳଭଦ୍ର ସାହୁ, ମହାବୀର ରୋଡ ସଭାପତି ଜଗନ୍ନାଥ ଗଡନାୟକ, ବିରାଶାଳ ମଣ୍ଡଳ ସଭାପତି ରଂଜନ ମିଶ୍ର, ଉକ୍ତ ମଣ୍ଡଳର ସାଧାରଣ ସମ୍ପାଦକ ଯଜାତି ସାହୁ, ଖୁଦିରାମ ବେହେରା, କଙ୍କଡାହାଡ ସରପଞ୍ଚ ହୃଦାନନ୍ଦ ବେହେରାଙ୍କ ସମେତ ଅନ୍ୟାନ୍ୟ ଚାଷୀ ଏବଂ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ  ।

Related Post