Tue. Aug 18th, 2026

ସାବରିମାଲା ବିବାଦରେ ମତ ରଖିଲେ ସୁପରଷ୍ଟାର ରଜନିକାନ୍ତ, ମନ୍ଦିର ପରମ୍ପରାରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ

477 Views

ଚେନ୍ନାଇ : ସାବରିମାଲା ବିବାଦରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନିକାନ୍ତ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ମନ୍ଦିର ପରମ୍ପରା ଓ ଧାର୍ମିକ ମାମଲାରେ କେହି ବି ହସ୍ତକ୍ଷେପ କରିବା ଉଚିତ ନୁହେଁ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ନାରୀମାନେ ସମାଜର ସବୁ କ୍ଷେତ୍ରରେ ସମାନ ଅଧିକାର ପାଇବା ଉଚିତ, ଏଥିରେ କୌଣସି ଦ୍ୱିମତ ନାହିଁ, କିନ୍ତୁ ମନ୍ଦିରର ପରମ୍ପରା ଅନେକ ବର୍ଷରୁ ଚାଲିଥାଏ । କେତେକ ପରମ୍ପରା ଶହ ଶହ ବର୍ଷ ଧରି ଚାଲିଛି । ଏଣୁ ମନ୍ଦିର ଓ ଧାର୍ମିକ ମାମଲାରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ । ତେବେ ସୁପ୍ରିମକୋର୍ଟ ରାୟକୁ ମଧ୍ୟ ସମ୍ମାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ କେରଳର ପ୍ରସିଦ୍ଧ କ୍ଷେତ୍ର ସାବରିମାଲାରେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ମାସରେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

By amfnews

Related Post