Wed. Sep 30th, 2026

ସାପ କାମୁଡାରେ ମୃତ୍ୟୁ ବରଣ କାଲେ ଛାତ୍ରୀ

229 Views

ଫୁଲବାଣୀ: ସାପକାମୁଡ଼ାରେ ଅସୁସ୍ଥ ହୋଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଝିଅର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି।

ମୃତ ଝିଅଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଧୀନ ମନ୍ଦାରପଦର ଗାଁ’ର ମୁରାରୀ ବୁର୍ବିଙ୍କ ୧୮ ବର୍ଷୀୟ ଝିଅ ଜାର୍ଜନିକା ବୁର୍ବି। ଜାର୍ଜନିକା +୨ର ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ।ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ କୌଣସି ବିଷଧର ସାପ ଦଂଶନ କରିଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

By amfnews

Related Post