Fri. May 15th, 2026

ସାଧାରଣତନ୍ତ୍ର ଦିବସ ଅବସରରେ ମାଇନସ୍‌ ୧୧ଡ୍ରିଗୀ ତାପମାତ୍ରା ଏବଂ ବରଫ ମଝିରେ ଚାଲିଛି ପରେଡ୍‌ ଅଭ୍ୟାସ

286 Views

ନୂଆଦିଲ୍ଲୀ: ଏବେ ବି ଶୀତର ଲହରି ଜାରି ରହିଛି। ଏହି ହାଡଭଙ୍ଗା ଶୀତ ଲହରି ଓ ପ୍ରବଳ ଥଣ୍ଡାରେ ବି ଜନଜାତୀ ଜିଲ୍ଲା ଲାହୋଲରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ମାଇନସ୍‌ ୧୧ ଡିଗ୍ରୀ ତାପମାତ୍ରାରେ ଏବଂ ବରଫ ମଝିରେ ସାଧାରଣତନ୍ତ୍ର ଦିବସର ପରେଡ୍‌ ପାଇଁ ଆଇଟିବିପିର ୩୦ଜଣ ଯବାନ, ଜଣେ ଏସ୍‌ଆଇ ହିମାଞ୍ଚଳ ପ୍ରଦେଶ ପୁଲିସ, ତିନିଜଣ ହାବିଲଦାର ଓ ୨୪ଜଣ ସିପାହୀ, ଗୃହ ରକ୍ଷକର ୨୮ଜଣ ପୁରଷ ଯବାନ ଓ ୧୯ ମହିଳା ଯବାନ ସମେତ ୭୦ସ୍କୁଲ ପିଲା ମଧ୍ୟ ଏହି ପରେଡରେ ସାମିଲ ହୋଇଛନ୍ତି।

ରିହର୍ସଲ ପରେଡର ନିରୀକ୍ଷଣ କରୁଥିବା ଡିଏସପି ହରିଶ୍‌ ଶର୍ମା କହିଥିଲେ, ନିଶ୍ଚିତ ହୋଇଥିବା କାର୍ଯ୍ୟକ୍ରମ ମୁତାବକ ଡିସି ଅଶ୍ୱିନୀ କୁମାର ଧ୍ୱଜାରୋହଣ କରିବେ । ସେ ଏବେ ଘାଟିରୁ ବାହାରେ ଅଛନ୍ତି। ଯଦି ଶୁକ୍ରବାର ସୁଦ୍ଧା ହେଲିକପ୍ଟର ଆସି ନପାରିଲା, ତେବେ ତାଙ୍କ ସ୍ଥାନରେ ଏସ୍‌ଡିଏମ୍‌ କେଲାଙ୍ଗ ପତକା ଉତ୍ତୋଳନ କରିବେ।

By amfnews

Related Post