Sun. Oct 18th, 2026

ସାଙ୍ଗଠନିକ ସ୍ତରରେ କୌଣସି ପରିବର୍ତ୍ତନ କରିବେ ନାହିଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

402 Views

ଲକ୍ଷ୍ନୌ : କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଜ୍ୟୋତିରାଦିତ୍ୟ ସିନ୍ଧିୟା ଉତ୍ତରପ୍ରଦେଶର କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ସମୟରେ ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କଠାରୁ ସହ ପ୍ରଦେଶର ସଂଗଠନକୁ ସୁଦୃଢ଼ କରିବାଲାଗି ମତ ନେଇଛନ୍ତି। ଏହି ସମୟରେ ବିଭିନ୍ନ କାର୍ଯ୍ୟକର୍ତ୍ତାମାନେ ଦଳର ସାଂଗଠନିକ ପରିବର୍ତ୍ତନ ଲାଗି ଦାବି କରିଥିଲେ । ସବୁ କଥା ଶୁଣିବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କି ନିଷ୍ପତ୍ତି ନେବେ ତାକୁ ନେଇ ଉତ୍ତରପ୍ରଦେଶର ବରିଷ୍ଠ ନେତାମାନେ ଚିନ୍ତାରେ ଅଛନ୍ତି।

ଏଣେ ଜଣେ ବରିଷ୍ଠ ନେତାଙ୍କ ଦୁର୍ବଳ କରିବାକୁ ଚାହୁଁଛନ୍ତି,ଏଣୁ ସେମାନଙ୍କ କଥା ପ୍ରତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଦୌ ଗୁରୁତ୍ୱ ଦେଉନଥିବା କୁହାଯାଉଛି। ଏଣୁ ପ୍ରିୟଙ୍କା ସାଙ୍ଗଠନିକ ସ୍ତରରେ କୌଣସି ପ୍ରକାରର ପରିବର୍ତ୍ତନ କରିବେ ନାହିଁ ବୋଲି ସେ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସବୁ କାର୍ଯ୍ୟକର୍ତ୍ତାମାନଙ୍କୁ ମିଳିମିଶି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ହରାଇବା ଦଳର ଲକ୍ଷ୍ୟ ହେଉ ବୋଲି ପ୍ରିୟଙ୍କା ଗାନ୍ଧୀ କରିଛନ୍ତି।

By amfnews

Related Post