Thu. May 14th, 2026

ସାଙ୍ଗକୁ ପିଟି ପିଟି ମାରି ଦେଲେ

325 Views

ଆସିକା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କନିଆରି ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସାଙ୍ଗ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାର୍ତ୍ତିକ ପ୍ରଧାନ। ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ କାର୍ତ୍ତିକ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାର୍‌ପିଟ୍ ହୋଇଥିଲା। ସେହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ କାର୍ତ୍ତିକ ଘର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟଚ୍ଛେଦ ପାଇଁ ପଠାଇଛି।

By amfnews

Related Post