Thu. Oct 1st, 2026

ସାଇକେଲ୍‌କୁ ପିଟି ଓଲଟି ପଡ଼ିଲା ମିନି ଟ୍ରକ୍‌: ୨ ମୃତ, ୨ ଗୁରୁତର

245 Views

ଧର୍ମଗଡ଼ , ନଭେମ୍ବର ୨୯: କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ନିକଟସ୍ଥ ବାନେର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗତକାଲି ରାତିରେ ଦ୍ରୁତ ଗତିରେ ଜୟପାଟଣା ଆଡ଼କୁ ଆସୁଥିବା ଏକ ୪୦୭ ଗାଡ଼ି ବାନେର ନାଳ ନିକଟରେ ଜଣେ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ୍ ଆରୋହୀ ଦୁଇ ଖଣ୍ଡ ହୋଇଯାଇଥିଲେ।

ସାଇକେଲ୍କୁ ଧକ୍କା ଦେବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ଜଣେ ନାବଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଓ ତାଙ୍କର ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

By amfnews

Related Post