Mon. Aug 24th, 2026

ସାଇକେଲ ଚଳାଇ ସ୍କୁଲ୍‌ରୁ ଫେରୁଥିବା ନାବାଳିକା ସହ ତିନିଜଣଙ୍କ ଦୁଷ୍କର୍ମ

293 Views

ପାଟନା : ବିହାରର ସରନ ଜିଲ୍ଲାରେ ଶୁକ୍ରବାର ଦିନ ସାଇକେଲ୍‌ ଚଳାଇ ସ୍କୁଲ୍‌ରୁ ଫେରୁଥିବା ଜଣେ ୧୭ ବର୍ଷୀୟ ଝିଅ ସହ ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା କଥା ଶନିବାର ଦିନ ପୁଲିସ କହିଛି। ଜଣଙ୍କୁ ଗିରଫ କରାଯାଇଛି, ଏବଂ ବାକି ଦୁଇ ଜଣଙ୍କୁ ଖୋଜା ଚାଲିଥିବା କଥା ପୁଲିସ ସୂଚନା ଦେଇଛି।

ଶୁକ୍ରବାର ଅପରାହ୍ଣରେ ଝିଅଟି ସାଇକେଲ୍‌ ଚଢ଼ି ଘରମୁହାଁ ଯାଉଥିବା ବେଳେ ସନ୍ଦିଗ୍ଧମାନେ ତାଙ୍କୁ ଅଟକାଇ ଗୋଟାଏ କାର୍‌ ମଧ୍ୟକୁ ଟାଣି ନେଇଥିଲେ। ଘଟଣାସ୍ଥଳରୁ ସେ ଝିଅଟିକୁ ପ୍ରାୟ ୪/୫ କିଲୋମିଟର ଦୂର ବସନ୍ତ ରୋଡ୍‌ରେ ଫିଙ୍ଗି ଦିଆଯାଇଥିଲା। ଝିଅଟିର ଅବସ୍ଥା ଗୁରୁତର ଥିବା କଥା ଜଣାପଡ଼ିଛି। ସନ୍ଦିଗ୍ଧମାନେ ଗୋଟାଏ ଆଇ୧୦ କାର୍‌ରେ ଝିଅଟିକୁ ନେଇଯାଇଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ପରେ ଝିଅଟିକୁ ସେମାନେ ଛାଡ଼ି ଚାଲି ଯାଇଥିଲେ।

ଅପହରଣ ସ୍ଥାନ ଠାରୁ ଝିଅଟିର ଘର ପ୍ରାୟ ୪/୫ କିଲୋମିଟର ଦୂର ହେବ। ତାଙ୍କୁ ଫିଙ୍ଗି ଦିଆଯାଇଥିବା ରାସ୍ତାରେ ଯାଉଥିବା ଜଣେ ବାଟୋଇଙ୍କ ମୋବାଇଲ୍‌ ଫୋନ୍‌ରେ ଝିଅଟି ତା’ର ପିତାମାତାଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲା। ଛାପ୍ରା ଡାକ୍ତରଖାନାରେ ଝିଅଟିର ଡାକ୍ତରୀ ମାଇନା କରାଯାଇ ଚିକିତ୍ସା କରାଯାଉଛି। ସେ ଗାଡ଼ିରେ ୫ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ତା’ ସହ ଦୁଷ୍କର୍ମ କରିଥିଲେ।

By amfnews

Related Post