Sat. Apr 25th, 2026

ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

178 Views

ଭୁବନେଶ୍ୱର: ଜୁନ୍‌ ୧୭ରେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି। ସହିଦ ଓଡ଼ିଆ ଯବାନ ଅଜିତ ସାହଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୭ ତାରିଖରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବ୍ଲକ୍‌ ଅଜିତ ସାହୁ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିଲେ। ଜନ୍ମ ମାଟି ବଡ଼ ସୁଆଁଳ ଗାଁକୁ ଅଜିତଙ୍କ ମରଶରୀର ଆଜି ଆସିବ। ବନସୁଆଁଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ମାତ୍ର ୪ବର୍ଷ ତଳେ ୨୦୧୫ ମସିହାରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ। ତାଲିମ ଶେଷ ହେବା ପରେ କୋଲକତାରେ ୨ବର୍ଷ କାର୍ଯ୍ୟ କରିଥିଲେ। ସେଠାରୁ ତାଙ୍କର ବଦଳି ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ଏକ କ୍ୟାମ୍ପକୁ ହୋଇଯାଇଥିଲା। ଜୁନ୍‌ ୧୬ ତାରିଖ ଦିନ ସେନା ଗାଡ଼ିରେ ଯିବା ବେଳେ ସେ ଶେଷ ଥର ପାଇଁ ତାଙ୍କ ବାପାଙ୍କ ସହ କଥା ହୋଇ ଘର ବିଷୟରେ ଆଲୋଚନା କରି ଫୋନ୍‌ ରଖିଥିଲେ। ଏହାପରେ ବାପା ସନ୍ତୋଷଙ୍କ ପାଖକୁ ଆସିଥିଲା ଅଜିତଙ୍କ ସହିଦ ଖବର।

By amfnews

Related Post