Sat. Aug 8th, 2026

ସଲମାନ ହାଇଦରଙ୍କ ଘରେ ଚଢ଼ାଉ କଲେ ଖାଦ୍ୟ ଓ ଯୋଗାଣ ନିଗମର ଅଧିକାରୀ

302 Views

ଇନ୍ଦୋର  : ଖାଦ୍ୟ ଓ ଯୋଗାଣ ନିଗମର ଅଧିକାରୀ ସଲମାନ ହାଇଦରଙ୍କ କୋଟି କୋଟି ଟଙ୍କାର କଳାଧନ ରଖିଥିବା ଜାଣିବାପରେ ଲୋକାୟୁକ୍ତଙ୍କ ଟିମ୍ ତାଙ୍କର ଇନ୍ଦୋର ଓ କଟନୀ ସ୍ଥିତ ବାସଭବନ ସମେତ ଚାରିଟି ଜାଗାରେ ଏକ କାଳୀନ ଚଢାଉ କରିଥିଲେ । ପ୍ରାୟ ୫୦ ଜଣିଆ ଟିମ୍ ହାଇଦରଙ୍କ ଇନ୍ଦୋର ସ୍ଥିତ ୪ଟି ଘରେ ଚଢାଉ କରିଥିଲେ।

ଲୋକାୟୁକ୍ତଙ୍କ ଦଳ ପଲସିକର ଛକ ପାଖ ବାର୍ଗଲ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୨୦୨, ଛତ୍ରିପୁରାରେ କୋଠା ନମ୍ବର ୨୩, କାଗଦିପୁରାର ମୁସ୍କାନ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୨୦୧ ଓ ୨୦୨ ଏବଂ ମାଣିକବାଙ୍ଗ ରୋଡ୍ ନନ୍ଦନବନ ଘରେ ଚଢାଉ କରିଥିଲେ। ଚଢ଼ାଉ କରିବାକୁ ଆସିଥିବା ଅଧିକାରୀ ନ୍ୟାୟାଳୟର ସର୍ଚ୍ଚ ଓ୍ଵାରେଣ୍ଟ ଦେଖାଇବା ମାତ୍ରେ , ଘରେ ଥିବା ମହିଳାମାନେ ଟଙ୍କା ଭର୍ତ୍ତି ବ୍ୟାଗଗୁଡିକୁ ଝରକା ପଟେ ବାହାରକୁ ଫିଙ୍ଗି ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ତାଙ୍କର ଅନେକ ଘର, ପ୍ଲଟ, ବ୍ୟାଙ୍କ ଖାତା ବିଷୟରେ ଜଣା ପଡି ସାରିଛି। ହାଇଦର ପୂର୍ବରୁ ମଧ୍ୟ ପ୍ରଦେଶର ଇନ୍ଦୋରରେ କାର୍ଯ୍ୟରତ ଥିଲେ ଏବଂ ଏବେ କଟନୀରେ ଅଛନ୍ତି।

By amfnews

Related Post