Wed. Sep 9th, 2026

ସଲମାନ ଖାନଙ୍କ ଘରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଚଢ଼ାଉ, ଗିରଫ ହେଲା ତାଙ୍କ ବଙ୍ଗଳାର ତତ୍ତ୍ବାବଧାରକ

244 Views

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଆଜି କ୍ରାଇମ ବ୍ରାଞ୍ଚ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଗିରଫ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ,୨୯ ବର୍ଷର ତଳର ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀ ଗିରଫ ହୋଇଛି ଯିଏ କି ସଲମାନ ଖାନଙ୍କ ଗୋରାଇ ବଙ୍ଗଳାର ତତ୍ତ୍ବାବଧାରକ ଭାବେ କାମ କରୁଥିଲା। ଗିରଫ ହୋଇଥିବା ଏହି ଲୋକର ନାମ ଶକ୍ତି ସିଦ୍ଧେଶ୍ବର ରାଣା ବୋଲି ଜଣାଯାଇଛି। ସେ ପ୍ରାୟ ୨୯ ବର୍ଷତଳେ ଏକ ବଡ଼ ଧରଣର ଚୋରି, ମାରପିଟ ଏବଂ ଲୁଟ ଘଟଣାରେ ସଂଶ୍ଳିଷ୍ଟ ଥିବାର ଅଭିଯୋଗ ହୋଇଥିଲା।ତାକୁ ପୁଲିସ ଗତ ୨୯ ବର୍ଷ ହେଲା ଖୋଜୁଥିଲା, ମାତ୍ର ସେ ଧରାଦେଉ ନଥିଲା।

ସବୁଠାରୁ ବିସ୍ମୟର କଥା ଯେ ଶକ୍ତି ସିଦ୍ଧେଶ୍ବର ରାଣା ଗତ ୧୫ ବର୍ଷ ଧରି ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାର ତତ୍ତ୍ବାବଧାରକ ଭାବେ କାମ କରୁଥିଲା। ଗିରଫ ହେବାପରେ ସେ ନିଜର ଦୋଷ ସ୍ବୀକାର କରିଥିବା ଜଣାଯାଇଛି। ଶକ୍ତି ସିଦ୍ଧେଶ୍ବର ରାଣା ବିରୋଧରେ ଆଇପିସିର ଧାରା ୪୫୨,୩୯୭ ଏବଂ ୩୯୪ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

By amfnews

Related Post