Fri. Apr 24th, 2026

ସରାଙ୍ଗ ଆଇଜିଆଇଟିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ: ପାଞ୍ଚଜଣ ଆହତ

192 Views

କାମାକ୍ଷାନଗର  : ଗୁରୁବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ପାଞ୍ଚଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ ସନ୍ଧ୍ୟାରେ ବିଟେକ୍‌ ଦ୍ୱିତୀୟ ବାର୍ଷିକ ଏବଂ ତୃତୀୟ ବାର୍ଷିକର କେତେକ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାର ଆପୋସ ସମାଧାନ ପାଇଁ କିଛି ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ରମାନଙ୍କୁ ବୁଝାଶୁଝା କରିବାକୁ ଯାଇ ବିଫଳ ହୋଇଥିଲେ। ବିଳମ୍ବିତ ରାତ୍ରୀରେ କିଛି ଦ୍ୱିତୀୟ ଓ ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ର ରହୁଥିବା ଭାସ୍କର ଭବନ ଛାତ୍ରାବାସରେ ପ୍ରବେଶ କରି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଏଥିଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉଭୟ ଛାତ୍ରଗୋଷ୍ଠୀଙ୍କୁ ବସାଇ ଆଲୋଚନା ଚାଲିଛି।

By amfnews

Related Post