Thu. Jul 2nd, 2026

ସରକାରୀ କ୍ୱାର୍ଟର୍ସରୁ ସମସ୍ତ ସୁରକ୍ଷା ଅଧିକାରୀଙ୍କୁ ଫେରାଇଦେଲେ ନରସିଂହ

257 Views

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସରକାର ପ୍ରତ୍ୟାହାର କରି‌ ନେଇଥିବାରୁ ଏହାକୁ ନେଇ ‌ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଶ୍ରୀ ମିଶ୍ର ତାଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ସୁରକ୍ଷା ଦାୟିତ୍ବରେ ଥିବା ଦୁଇଜଣ ସଶସ୍ତ୍ର ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ବମୁକ୍ତ କରି ଫେରାଇଦେଇଛନ୍ତି। ଏ ନେଇ ସେ ପୁଲିସ କମିସନରଙ୍କୁ ଚିଠି ଲେଖି ଜଣାଇବା ସହ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅବଗତି ନିମନ୍ତେ ଚିଠିର ନକଲ ପଠାଇଛନ୍ତି। କୌଣସି ପ୍ରାକ୍ ସୂଚନା ନ ଦେଇ ସରକାର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରତ୍ୟାହାର କରିବା ନେଇ ଗତକାଲି ବିଧାନସଭାରେ ଶ୍ରୀ ମିଶ୍ର ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି ବି କହିଥିଲେ, ସେ ଆଉ ସରକାରଙ୍କ ଦୟା ଓ କରୁଣାକୁ ଆଶା ରଖିନାହାନ୍ତି। ତାଙ୍କ ବାସଭବନ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ଅଧିକାରୀଙ୍କୁ ବି ସେ ଫେରାଇଦେବେ ବୋଲି ଗୃହରେ କହିଥିଲେ।

By amfnews

Related Post