Fri. Jul 31st, 2026

ସମ୍ପତ୍ତି ଭାଗବଣ୍ଟାରୁ ହତ୍ୟା ମାମଲା : ପତି, ପତ୍ନୀ ସମେତ ୪ଜଣଙ୍କୁ ଆଜୀବନ ଜେଲ୍

241 Views

ବ୍ରହ୍ମପୁର, ନଭେମ୍ବର, ୬ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାରେ ହୋଇଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଜିଲ୍ଲାଜଜ୍‌ ବିଭୁପ୍ରସାଦ ରାଉତରାୟ ପରିବାରର ୪ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ସେମାନେ ହେଲେ ପାଟପୁର ଥାନା ନୂଆ କ˚ସାମାରୀ ଗାଁର ଡମ୍ବରୁ ଦୋରା, ପତ୍ନୀ ଶଶି ଦୋରା ଏବ˚ ଦୁଇ ପୁଅ ଭଗବତୀ ଓ ସଦାଶିବ। ଏହା ସହିତ ପ୍ରତ୍ୟେକ ୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଜିଲ୍ଲାଜଜ୍‌ ଚୂଡ଼ାନ୍ତ ରାୟରେ ନିର୍ଦେଶ ଦେଇଛନ୍ତି।

ପାଟପୁର ଥାନା ନୂଆ କ˚ସାମାରୀ ଗ୍ରାମର କୁରେଶୁ ଦୋରାଙ୍କ ସହିତ ସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ସମ୍ପର୍କୀୟ ଡମ୍ବରୁ ବିଭିନ୍ନ ସମୟରେ ଝଗଡ଼ା କରୁଥିଲେ। ଗତ ୨୦୧୪ ଜୁଲାଇ ୨ତାରିଖ ରାତି ପ୍ରାୟ ୮ଟା ବେଳେ କୁରେଶୁ ଖାଇ ସାରି ଘର ବାହାରେ ବସିଥିଲେ। ଏହି ସମୟରେ ଡମ୍ବରୁ ଓ ତାଙ୍କର ପରିବାର ବର୍ଗ ସେଠାରେ ପହଞ୍ଚି କୁରେଶୁଙ୍କ ସହିତ ଝଗଡ଼ା କରିଥିଲେ। କୁରେଶୁ ଏହାର ପ୍ରତିବାଦ କରିବାରୁ ସେମାନେ ଠେଙ୍ଗା, ଶାବଳରେ ଆକ୍ରମଣ କରିଥିଲେ। ଏଥିରେ କୁରେଶୁ ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି ଦିଗପହଣ୍ତି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଟପୁର ଥାନା ପୁଲିସ କେସ୍‌ ନମ୍ବର ୮୫/୧୪ରେ ହତ୍ୟା ମାମଲା ରୁଜୁ କରି ଡମ୍ବରୁ, ତାଙ୍କର ପତ୍ନୀ ଓ ଦୁଇପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଡମ୍ବରୁଙ୍କ ପତ୍ନୀ ଶଶି ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସର୍ତମୂଳକ ଜାମିନ୍‌ ପାଇଥିଲେ। ଏହି ମାମଲାର ଶୁଣାଣି ବେଳେ ଜିଲ୍ଲାଜଜ୍‌ ୨୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ତଥ୍ୟ ପ୍ରମାଣ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ସରକାରଙ୍କ ତରଫରୁ କ୍ୟାଡର‌୍‌ ପିପି ଅଜିତ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।

By amfnews

Related Post