Sat. Sep 12th, 2026

ସମୁଦ୍ରକୁ ରୋକିବ ସାଢ଼େ ୬ କୋଟିର ଗାର୍ଡ଼ୱାଲ୍‌

214 Views

ବ୍ରହ୍ମପୁର : ଚିକିଟି ବ୍ଲକ ରାମେୟାପାଟଣାରେ ବାରମ୍ବାର ଜୁଆର ମାଡ଼ରେ ବେଳାଭୂମି ଅବକ୍ଷୟ ପରେ ସମୁଦ୍ରକୁ ରୋକିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। କୂଳ ଠାରୁ ୨୫ ମିଟର ସମୁଦ୍ର ଜଳରାଶିରେ ଗାଁ ସୀମା ଠାରୁ ୧କିମି ଲମ୍ବ ଓ ୩ ମିଟର ଉଚ୍ଚାର ଏକ ଗାର୍ଡ଼ୱାଲ ନିର୍ମାଣ ହେବ। କୂଳ ଠାରୁ ୨୫ମିଟର ଦୂରରେ ଏହା ନିର୍ମାଣ ହେବ। ଗାର୍ଡୱାଲରେ ପ୍ୟାକିଂ ଓ ଲଞ୍ଚିଂ ଆପ୍ରନ ରହିବ। ଏଥିଲାଗି ଜଳସମ୍ପଦ ବିଭାଗ ୬କୋଟି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ଜଣାପଡିଛି। ବ୍ରହ୍ମପୁର ଜଳସମ୍ପଦ ବିଭାଗର ଏକ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଛି।

ସମୁଦ୍ରରେ ଗାର୍ଡୱାଲ ନିର୍ମାଣକୁ ନାପସନ୍ଦ କରିଛନ୍ତି ସାମୁଦ୍ରିକ ବିଜ୍ଞାନୀ ପ୍ରଫେସର ପ୍ରତାପ ମହାନ୍ତି। କେନ୍ଦ୍ରାପଡ଼ାର ପେଣ୍ଠ ଠାରେ ସମୁଦ୍ର କୂଳ ଖାଇବା ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜିଓ ସିନ୍ଥେଟିକ ଟ୍ୟୁବ ପକା ଯାଇଥିଲା। କିନ୍ତୁ ତାହା କାମ କଲା ନାହିଁ। ରାମେୟାପଟଣାରେ ସମୁଦ୍ରକୁ ରୋକିବା ଲାଗି ସି ୱାଲ ନିର୍ମାଣ ଠିକ୍‌ ନୁହଁ।

By amfnews

Related Post