Fri. Jul 3rd, 2026

ସମୁଦ୍ର ଜଳ ଦ୍ବାରା ସୃଷ୍ଟ ବସ୍ତି, ଯେଉଁଠାରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତ୍‌

233 Views

ସ˚ପ୍ରତି ବିଶ୍ବର ବୃହତ୍ତମ ବସ୍ତି ହେଉଛି ପାକିସ୍ତାନର କରାଚୀରେ ଥିବା ଓର˚ଜି। ଓର˚ଜି ବସ୍ତିରେ ବାସିନ୍ଦାଙ୍କ ସ˚ଖ୍ୟା ଚବିଶ ଲକ୍ଷରୁ ଅଧିକ। ଏବେ ଜାଣନ୍ତୁ ପାଣି ଭିତରେ ବସିଥିବା ବିଶ୍ବର ବୃହତ୍ତମ ବସ୍ତି ବାବଦରେ। ଅଢ଼େଇ ଲକ୍ଷରୁ ଅଧିକ ଲୋକ ବାସକରୁଥିବା ଏହି ବସ୍ତିର ନାମ ମାକୋକୋ। ନାଇଜେରିଆର ବୃହତ୍ତମ ମହାନଗରୀ ଲାଗୋସ୍‌ ନିକଟରେ ରହିଛି, ଏହି ବସ୍ତି।

ସମୁଦ୍ର ଜଳ ଦ୍ବାରା ସୃଷ୍ଟ ଏକ ଅଗଭୀର ପାଟ ଭିତରେ ଶହେ ବର୍ଷ ତଳେ ବସ୍ତିଟି ଗଢ଼ିଉଠିଥିଲା। ସେତେବେଳେ ପାଟର ଜଳ ପରିଷ୍କାର-ପରିଚ୍ଛନ୍ନ ଥିଲା। ପର୍ଯ୍ୟାପ୍ତ ମାଛ ମିଳୁଥିବାରୁ ଲୋକେ, ସେଠାରେ ରହିବା ଆରମ୍ଭ କରିଥିଲେ। କାଳକ୍ରମେ ଜଳ ଦୂଷିତ ହୋଇ, ଏବେ ଅବସ୍ଥା ନର୍ଦମା ସହ ସମାନ। ଆଉ ମାଛ ନାହାନ୍ତି। ତେବେ, ବସ୍ତି ବାସିନ୍ଦାଙ୍କ ସ˚ଖ୍ୟା ବହୁ-ଗୁଣିତ ହୋଇଛି। ବସ୍ତିରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତ୍‌। ପରିବେଶ ଅତ୍ୟନ୍ତ ଅସ୍ବାସ୍ଥ୍ୟକର।

Image result for makoko nigeria

ବାସିନ୍ଦାଙ୍କ ମଳ-ମୂତ୍ରଠାରୁ ଆରମ୍ଭ କରି ଆଖ-ପାଖରେ ଥିବା କାରଖାନାର ବିଷାକ୍ତ ଆବର୍ଜନା, ନର୍ଦମା ପାଣି ଆଦି ପାଟ ଜଳରେ ମିଶି, ରଙ୍ଗ ପାଲଟିଯାଇଛି ଗାଢ଼ କଳା। ଭୀଷଣ ଦୁର୍ଗନ୍ଧ ସତ୍ତ୍ବେ ଏତେ ସ˚ଖ୍ୟକ ଲୋକ ରହୁଛନ୍ତି। ସ୍ଥାନୀୟ ପ୍ରଶାସନ ବସ୍ତିକୁ ଭାଙ୍ଗିବା ପାଇଁ ବାରମ୍ବାର ଉଦ୍ୟମ କରି ବିଫଳ ହେଉଛି। କାରଣ, ବସ୍ତି ବାସିନ୍ଦାଙ୍କୁ ବିକଳ୍ପ ବାସସ୍ଥାନ ଯୋଗାଯାଇପାରୁନାହିଁ।

By amfnews

Related Post