Sat. Oct 17th, 2026

ସମଲିଙ୍ଗୀ ସଂପର୍କ ଜରିଆରେ ଯୁବତୀଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ୧୯ ବର୍ଷୀୟା ଅଭିଯୁକ୍ତକୁ ଗିରଫ କଲା ପୁଲିସ

286 Views

ନୂଆଦିଲ୍ଲୀ : ଜଣେ ୨୫ ବର୍ଷୀୟା ଯୁବତୀଙ୍କ ସହିତ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ ଅଭିଯୋଗରେ ଜଣେ ୧୯ ବର୍ଷୀୟା ଯୁବତୀକୁ ପୁଲିସ ଗିରଫ କରିଛି। ନ୍ୟାୟାଳୟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହା ଏକ ଗଣଦୁଷ୍କର୍ମ ମାମଲା ଥିଲା , ଯାହା ଗତ ବର୍ଷ ସେପ୍ଟେମ୍ବର ମାସରେ ଘଟିଥିଲା। ଏହି ମାମଲାରେ ପୁଲିସ ତିନିଜଣ ଯୁବକଙ୍କ ବିରୁଦ୍ଧରେ ମକଦ୍ଦମା ରୁଜ୍ଜୁ କରିଥିଲା। ଏହା ଚତୁର୍ଥ ଅଭିଯୁକ୍ତ ବୋଲି କୁହାଯାଉଥିବା ଏହି ୧୯ ବର୍ଷୀୟା ଯୁବତୀ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇନଥିଲା, କାରଣ ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ସମଲିଙ୍ଗୀ ସଂପର୍କ (ଧାରା ୩୭୭)କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଯାଇଛି।ଏହା ଅପରାଧ ନୁହେଁ ।


ଉତ୍ତର-ପୂର୍ବାଞ୍ଚଳର ପୀଡିତା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ୧୯ ବର୍ଷୀୟା ଅଭିଯୁକ୍ତ ଯୁବତୀ ତାଙ୍କ ସହିତ ସେକ୍ସ ଟୟ ଜରିଆରେ ଦୁଷ୍କର୍ମ କରି ଆସୁଥିଲା ଓ ମାରପିଟ୍‌ କରୁଥିଲା। ଏହାପରେ ପୁଲିସ ୧୯ ବର୍ଷୀୟା ଅଭିଯୁକ୍ତ ଯୁବତୀକୁ ଗିରଫ କରିଛି। ପୂର୍ବରୁ ଏହି ମାମଲାର ପୁରୁଷ ଅଭିଯୁକ୍ତ ରାହୁଲ,ରୋହିତ ଓ ଅନ୍ୟ ଜଣେ ଯୁବକକୁ ଗିରଫ କରିଥିଲା।

By amfnews

Related Post