Wed. Jul 22nd, 2026

ସଫଳତାର ସହ ଉତ୍‌କ୍ଷେପଣ ପରେ ଅବତରଣ ସମୟରେ ବିସ୍ଫୋରଣରେ ଜଳିଗଲା ‘ସ୍ପେସ୍‌ଏକ୍ସ୍‍’ର ରକେଟ୍‌ ‘ଷ୍ଟାର୍‌ସିପ୍‌’

437 Views

ନୂଆଦିଲ୍ଲ: ବୁଧବାର ଦିନ ଟେକ୍ସାସ୍‌ର ଏକ ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରାଯିବା ପରେ ଅବତରଣ ସମୟରେ ‘ସ୍ପେସ୍‌ଏକ୍ସ୍‍’ର ‘ପ୍ରୋଟୋଟାଇପ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ର ବିସ୍ଫୋରଣ ଘଟିଛି। ଏହି ରକେଟ୍‌ ବସ୍ଫୋରଣ ଦୃଶ୍ୟର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି।

ଭବିଷ୍ୟତରେ ଛଅ ମହଲା ଅଟ୍ଟାଳିକା ଉଚ୍ଚତାବିଶିଷ୍ଟ ‘ସ୍ପେସ୍‌ଏକ୍ସ’ର ‘ଷ୍ଟାର୍‌ସିପ୍‌’ ନାମକ ଏହି ରକେଟ୍‌ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ। ଏଥିରେ ମଣିଷ ସହ ୧୦୦ ଟନ୍‌ ଓଜନର ବିଭିନ୍ନ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ଘରୋଇ ମହାକାଶ କମ୍ପାନି ‘ସ୍ପେସ୍‌ଏକ୍ସ୍‍’ ଯୋଜନା କରିଛି।

Image Courtesy of India Today

ବୁଧବାର ଦିନ ଏହି ‘ସେଲ୍‌ଫ୍‌-ଗାଇଡେଡ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ ଆକାଶକୁ ଉଠି ପୁଣି ଧୀରେ ଧୀରେ ‘ଲ୍ୟାଣ୍ଡିଙ୍ଗ୍‌ ପ୍ୟାଡ୍‌’ରେ ଅବତରଣ କରିଥିଲା। କିନ୍ତୁ, କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ ଯୋଗୁଁ ଏଥିରେ ବିସ୍ଫୋରଣ ଘଟିଥିଲା। ‘ସ୍ପେସ୍‌ଏକ୍ସ’ଦ୍ୱାରା ନୂଆକରି ବିକଶିତ ‘ରାପ୍ଟର୍‌ ଇଞ୍ଜିନ୍‌’ ସହାୟତାରେ ପ୍ରଥମ ଥର ପାଇଁ ଉତ୍‌କ୍ଷେପିତ ଏହି ରକେଟ୍‌ ୪୧ ୦୦୦ ଫୁଟ୍‌ ଉଚ୍ଚକୁ ଉଠିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

କିନ୍ତୁ, ରକେଟ୍‌ଟି ନିର୍ଦ୍ଧାରିତ ଉଚ୍ଚତାକୁ ଯାଇଥିଲା କି, ନାହିଁ ‘ସ୍ପେସ୍‌ଏକ୍ସ’ ସୁନିଶ୍ଚିତ ହୋଇପାରିନାହିଁ।

ରକେଟ୍‌ ବିସ୍ଫୋରଣ ଘଟଣା ପରେ ‘ଏଲନ୍‌ ମସ୍କ୍‌’ ତୁରନ୍ତ ଟୁଇଟ୍‌ କରି ସୂଚନା ଦେଇଥିଲା ଯେ, ଅବତରଣ ସମୟରେ ‘ଫୁଏଲ୍‌ ହେଡର୍‌ ଟ୍ୟାଙ୍କ୍‌’ର ନିମ୍ନଚାପ କାରଣରୁ ଅବତରଣ ବେଗ ବୃଦ୍ଧି ପାଇବା ଯୋଗୁଁ ରକେଟ୍‌ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ କରିଛି।

By amfnews

Related Post