Fri. Jul 3rd, 2026

ସତର୍କ ରୁହନ୍ତୁ, ଆଜି ବର୍ଷା ସହ ପବନ ହେବ

268 Views

ଭୁବନେଶ୍ୱର : ଗୁରୁବାର ଓ ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଥିବା ବେଳେ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତା’ସହିତ ଏସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ମଧ୍ୟ କୁହାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ରମେଶ ଗଡ଼ତିଆ କହିଛନ୍ତି, “ବିହାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଯୋଗୁ ଏଭଳି ପାଗ ଦେଖା ଦେଇଛି। ଆହୁରି ଦୁଇ ଦିନ ଯାଏ ଏପରି ପାଗ ରହିବ। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ମଧ୍ୟମର ଧରଣର ସାମନ୍ୟ ବର୍ଷା ହେବ।”

ସେ ଆହୁରି କହିଛନ୍ତି, “୧୦ ତାରିଖରୁ ପାଗ ସ୍ୱାଭାବିକ ରହିବ। ଦିନର ତାପମାତ୍ରା ସ୍ୱାଭାବିକ ହେବ ଓ ରାତିରେ ୨ରୁ ୪ ଡିଗ୍ରୀ କମିବ। ଏହାସହ କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖା ଦେଇପାରେ।” ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ସର୍ବାଧିକ ୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ଶ୍ରୀ ଗଡ଼ତିଆ କହିଛନ୍ତି।

By amfnews

Related Post