Mon. Sep 7th, 2026

ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ହାଟ

337 Views

ଭୁବନେଶ୍ୱର : ଦୁଇ ଦିନ ତଳେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ବହୁ ଲୋକ ଏକତ୍ରିତ ହେଉଥିବା ସ୍ଥାନକୁ ଯିବାକୁ ବାରଣ କରାଯାଉଛି।

ରାଜଧାନୀରେ ବହୁ ହାଟ ବସୁଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲାଗି ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏହାକୁ ଆଖି ଆଗରେ ରଖି  ବିଏମ୍‌ସି ଆଜି ବିଭିନ୍ନ ହାଟ ଉପରେ କଟକଣା ଲଗାଇଛି। ଏଣିକି ଭୁବନେଶ୍ୱରରେ ଚାଲୁଥିବା ବହୁ ହାଟ ସକାଳ ୬ଟାରୁ ଖୋଲାଯାଇ ସଂଧ୍ୟା ୬ଟାରେ ବନ୍ଦ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କମିଶନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି ଯେ, ରାଜଧାନୀରେ ଚାଲୁଥିବା ଅଧିକାଂଶ ହାଟ ସକାଳ ୬ଟାରୁ ଖୋଲାଯିବ। ଏହା ସନ୍ଧ୍ୟା ୬ଟା ରେ ବନ୍ଦ ହେବ। ଏହି ପ୍ରମୁଖ ହାଟଗୁଡ଼ିକ ହେଲା ୟୁନିଟ ୧ ହାଟ, ୟୁନିଟ ୨ ମାର୍କେଟ, ସହିଦ ନଗର ମାର୍କେଟ, ରୁଚିକା ଡେଲି ମାର୍କେଟ ଓ ଓଲ୍ଡ ଟାଉନ ଡେଲି ମାର୍କେଟ। ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଆବଶ୍ୟକ ହେଲେ ଅନ୍ୟ ହାଟ ଗୁଡ଼ିକରେ ବି କଟକଣା ଲଗାଯିବ। ମାର୍ଚ୍ଚ ୩୧ ଯାଏ ଏହି କଟକଣା ରହିବ ବୋଲି ବିଏମ୍‌ସି  କମିଶନର ସୂଚନା ଦେଇଛନ୍ତି।

By amfnews

Related Post