Fri. Jul 24th, 2026

ସଂସଦରେ ପୁଣି ଆଖି ମାରିଲେ ରାହୁଲ

257 Views

ନୂଆଦିଲ୍ଲୀ, ଜାନୁଆରୀ ୫ : ରାଫେଲ ଚୁକ୍ତିକୁ ନେଇ ଆଜି ଲୋକସଭାରେ ସରଗରମ ବିତର୍କ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସାଥୀ ସାଂସଦମାନଙ୍କୁ ଚାହିଁ ଆଖି ମାରିବା ଘଟଣା ବିବାଦ ସୃଷ୍ଟି କରିଛି। ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଜବାବ ରଖୁଥିବା ବେଳେ ଏଆଇଏଡିଏମ୍‌କେ ସାଂସଦ ଥମ୍ବିଦୁରାଇ କେତେକ ପ୍ରଶ୍ନ ଉଠାଇଥିଲେ। ଏହାପରେ ରାହୁଲ ଗାନ୍ଧୀ ନିଜ ଦଳର ସାଂସଦମାନଙ୍କୁ ଚାହିଁ ଆଖି ମାରିଥିବା ଦେଖାଯାଇଥିଲା। ଗତ ଅଧିବେଶନରେ ରାହୁଲ ଗାନ୍ଧୀ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିବା ପରେ ନିଜ ଆସନରେ ବସି ଆଖି ମାରିଥିଲେ। ଏଥିପାଇଁ ତାଙ୍କୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ତାଗିଦ କରିଥିଲେ। ଏହି ମାମଲାରେ ରାହୁଲଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

By amfnews

Related Post