Wed. Sep 30th, 2026

ସଂଗ୍ରାମଙ୍କୁ ସାଂସଦ ଚାପୁଡ଼ା ମାରିବା ଘଟଣା ନେଲା ନୂଆ ମୋଡ଼

189 Views

ବ୍ରହ୍ମପୁର  :   ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ା ମରା ଭିଡ଼ିଓ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି। ଚାପୁଡ଼ା ଖାଇଥିବା ଯୁବକ ତଥା ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁ ଖୋଦ୍ ଏ ଘଟଣାକୁ ଖଣ୍ଡନ କରିଛନ୍ତି। ଏ ଘଟଣାକୁ ସେ ଖୁବ୍ ହାଲ୍‌କା ଭାବେ ନେଇଥିବା ବେଳେ ସାଂସଦଙ୍କ ଆଚରଣ ତାଙ୍କୁ ଖରାପ ଲାଗି ନଥିବା ସେ କହିଛନ୍ତି।

ସଂଗ୍ରାମ କହିଛନ୍ତି,“ସାଂସଦ ଶ୍ରୀ ସାହୁ ମୋତେ ଚାପୁଡ଼ା ମାରି ନଥିଲେ, କେବଳ ଗାଲକୁ ଛୁଇଁ ଦେଇଥିଲେ। ସାଂସଦ ମୋର ବଡ଼ ଭାଇ ଭଳି। ଛାତ୍ର ଜୀବନରୁ ତାଙ୍କ ପ୍ରେରଣାରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲି।” ସେ କହିଛନ୍ତି, “ମୁଁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ କାଲି ଯୋଗ ଦେଇଛି ଓ ଏହି ଦଳରେ ହିଁ ରହିବି।”

By amfnews

Related Post