Fri. Apr 24th, 2026

ସଂକଟରେ ପାକିସ୍ତାନର ଆର୍ଥିକ ସ୍ଥିତି ଏକ ଆମେରିକୀୟ ଡଲାରର ମୂଲ୍ୟ ୧୪୪ ଟଙ୍କା

221 Views

ଇସଲାମାବାଦ, ଡିସେମ୍ବର ୦୧: ବିଦେଶୀ ମୁଦ୍ରା ସଂକଟ ଦେଇ ଦିନ କାଟୁଥିବା ପାକିସ୍ତାନର ମୁଦ୍ରା ଶୁକ୍ରବାର ରସାତଳରେ ପହଞ୍ଚିଛି। ଏକ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ରହିଛି ୧୪୪ ଟଙ୍କା। ଇମ୍ରାନ ଖାନଙ୍କ ସରକାର ୧୦୦ ଦିନ ପୂର୍ତ୍ତି ଅବସରରେ ପାକିସ୍ତାନ ନାଗରିକଙ୍କ ପାଇଁ ଏଭଳି ଖବର ଆସିଛି।

ଇମ୍ରାନ ସରକାର ୧୦୦ ଦିନରେ ପୁଞ୍ଜି ନିବେଶ ବଢ଼ାଇବା ଏବଂ ଏହାକୁ ବିକାଶ କରିବାର ରାସ୍ତା ଖୋଜିଛନ୍ତି କିନ୍ତୁ ଏହି ସମୟ ମଧ୍ୟରେ ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟଧିକ ଦୟନୀୟ ସ୍ତରକୁ ଚାଲିଯାଇଛି। ଏକ ଆମେରିକୀୟ ଡଲାର ତୁଳନାରେ ଗୁରୁବାର ପାକିସ୍ତାନର ମୁଦ୍ରାର ମୂଲ୍ୟ ୧୩୪ ଟଙ୍କା ଥିଲା। ମାତ୍ର ଗୋଟିଏ ଦିନ ପରେ ଶୁକ୍ରବାର ହଠାତ ୧୦ ଟଙ୍କା ପୁଣି ବଢ଼ିଯାଇଛି। ସେୟାର ବଜାର ଶୁକ୍ରବାର ୧୪୨ଟଙ୍କାରେ ଆରମ୍ଭ ହୋଇ ୧୪୪ଟଙ୍କାରେ ଶେଷ ହୋଇଯାଇଥିଲା।

ଇମ୍ରାନ ଖାନ ଗୁରୁବାର ନିବେଶକଙ୍କୁ ସମ୍ବୋଧନ କରି କହିଥିଲେ, ନିବେଶକମାନେ ପାକିସ୍ତାନକୁ ଆସୁଛନ୍ତି। ଦେଶ ବିକାଶ ଦିଗରେ ଗତି କରୁଛି। ମାତ୍ର ଇମ୍ରାନ ଯାହା କହୁଛନ୍ତି, ତାହା ହେଉ ନାହିଁ ବୋଲି ସମାଲୋଚନା ହେଉଛି। ଅନ୍ୟପକ୍ଷରେ ଜଳ ସମ୍ବଳ ମନ୍ତ୍ରୀ ଫୈଜଲ ଓ୍ଵାଡା କହିଛନ୍ତି, ଟଙ୍କା କଳାବଜାରୀ ହେଉଥିବାରୁ ଦେଶର ଆର୍ଥିକ ଅବସ୍ଥା ଖରାପ ସ୍ତରକୁ ଯାଉଛି।

By amfnews

Related Post