Mon. Aug 24th, 2026

ଶ୍ୱଶୁରଙ୍କୁ ପିଟିପିଟି ମାରିଲା ଜ୍ୱାଇଁ

416 Views

ନୂଆଦିଲ୍ଲୀ: ଦିଲ୍ଲୀ ଉପନଗରୀ ଅଞ୍ଚଳରେ ଶ୍ୱଶୁରଙ୍କୁ ଜଣେ ଜ୍ୱାଇଁ ତାର ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜ୍ୱାଇଁ ବ୍ୟତୀତ ତାଙ୍କର ଭାଇମାନେ ମଧ୍ୟ ଏହି ହତ୍ୟା ସହ ଜଡିତ ବୋଲି କୁହାଯାଉଛି। ପୁଲିସ ଡିସିପି ଏସ୍‌.ପି.କରୁବିଲାଙ୍କ କହିବା ଅନୁଯାୟୀ ମୃତ ଶ୍ୱଶୁରଙ୍କ ନାମ ମହମ୍ମଦ ତାହିର(୫୪)। ତାଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ହେଲା ମହମ୍ମଦ ଅଲ୍ଲୀ। ଏହି ଘଟଣା ସଂପର୍କରେ ଅଲ୍ଲୀର ସ୍ତ୍ରୀ ରେହନା ପୁଲିସକୁ ପ୍ରଥମେ ଫୋନ୍‌ କରି ସୂଚିତ କରିଥିଲା। ରେହନା ପୁଲିସକୁ କହିଥିଲା ଯେ ସ୍ୱାମୀ ଓ ତା’ର ତିନି ଭାଇ ବାପ ଘରକୁ ଆସିଥିଲେ।

ଶନିବାର ଦିନ ରେହନାର ଭାଇର ବାହାଘର ଥିବା ହେତୁ ରେହନା ବାପଘରକୁ ଆସିଥିଲେ। ରେହନାକୁ ଘରକୁ ନେବା ଲାଗି ସେମାନେ ଆସିଥିଲେ,କିନ୍ତୁ ବାହାଘର ହେତୁ ମୃତ ମହମ୍ମଦ ତାହିର ମନା କରିଥିଲେ। ଏହାପରେ ଜ୍ୱାଇଁ ଓ ତାର ଭାଇମାନଙ୍କ ସହ ତାହିରଙ୍କର ଝଗଡ଼ା ହୋଇଥିିଲା। ଏଥିରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ଓ ତା’ର ତିନି ଭାଇ ପିଟିପିଟି ତାହିରଙ୍କୁ ମାରି ଦେଇଥିଲେ।

By amfnews

Related Post