Tue. Oct 6th, 2026

ଶ୍ରୀଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ବିଦ୍ୟାର୍ଥୀ ଶିବିର ଆୟୋଜିତ

947 Views

ରାଉରକେଲା, ୩୧ା୧୨: ଶ୍ରୀଯୋଗ ବେଦାନ୍ତ ସେବା ସମିତି ରାଉରକେଲା ପକ୍ଷରୁ ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ହନୁମାନ ବାଟିକା ସତ୍ସଙ୍ଗ ଭବନ ଠାରେ ଏକ ତ୍ରିଦିବସୀୟ ବିଦ୍ୟାର୍ଥୀ ଶିବିର ଆୟୋଜିତ ହୋଇଯାଇଛି । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଶତାଧିକ ବିଦ୍ୟାର୍ଥୀ ଯୋଗଦାନ କରି ଆସନ, ପ୍ରାଣାୟାମ, ଶରୀର, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଦିନଚର୍ଯ୍ୟା, ମନ୍ତ୍ର ବିଜ୍ଞାନ ଏବଂ ଈଶ୍ୱର ଉପାସନା ଉପରେ ଶିକ୍ଷାଲାଭ କରି ନିଜ ଜୀବନକୁ ଧନ୍ୟ କରିପାରିଛନ୍ତି ।

ଶ୍ରୀଯୋଗ ବେଦାନ୍ତ ସେବା ସମିତିର ସମୀର ପଟ୍ଟନାୟକ ଓ ପ୍ରଶାନ୍ତ ନାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନ ଓ ବୁଦ୍ଧିବର୍ଦ୍ଧକ ଖେଳ ଏବଂ ହାସ୍ୟ ପ୍ରୟୋଗ ମାଧ୍ୟମରେ ଶିକ୍ଷାଦାନ କରିଥିଲେ । ଏହାବ୍ୟତୀତ ବିଦ୍ୟାର୍ଥୀମାନେ ବଞ୍ôଚବାର କଳା, ସଦ୍ବୁଦ୍ଧି ଓ ମେଧାଶକ୍ତି, ପବିତ୍ର ବିଚାର, ଏକାଗ୍ରତା, ସ୍ମୃତିଶକ୍ତିର ବିକାଶ ସମ୍ପର୍କରେ ବିଭିନ୍ନ ପରାମର୍ଶ ଗ୍ରହଣ କରି ଦୈନନ୍ଦିନ ଜୀବନରେ ଉପଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ଆୟୋଜନରେ ସମିତି ଅଧ୍ୟକ୍ଷ ବିଶ୍ୱଜିତ ସରକାର, ପରାମର୍ଶ ମଣ୍ଡଳୀ ସଭ୍ୟ ରାମେଶ୍ୱର ଦାଶ, ବନାରସି ପ୍ରସାଦ, ଜୟ ଶଙ୍କର ଗୌଡ, ଶୁଭେନ୍ଦୁ ନାୟକ, ପର୍ଶୁରାମ ବଡାଇକ, ଦିଲ୍ଲୀପ ମହାନନ୍ଦିଆ, ମନୋରଞ୍ଜନ ବେହେରା, ଶିବଶଙ୍କର ମାଝି, ଉଜ୍ୱଳ ଚନ୍ଦ୍ର ମହାନ୍ତ, ଅଶୋକ କୁମାର ମହାନ୍ତ, ଗୋକୁଲ ମୁଲଚନ୍ଦାନି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post