Fri. Sep 25th, 2026

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ୪ ଯବାନ୍‌

232 Views

ପୁରୀ, ଜାନୁୟାରୀ ୦୨ : ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ଚାରି ଜଣ ଯବାନ ତଣ୍ଡ ଗଣିଛନ୍ତି। ଆଜି ଜାନୁଆରି ପହିଲା ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ବହୁସଂଖ୍ୟାରେ ଆଇଆର୍‌ବି ଯବାନଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଯବାନ୍‌ ମୋବାଇଲ ବାହାର କରି ଭିତର ବେଢ଼ାରେ ସେଲ୍‌ଫି ନେଇଥିଲେ। ମନ୍ଦିର ପ୍ରଶାସନ ଅଧିକାରୀଙ୍କ ନଜରକୁ ଏହା ଆସିବା ପରେ ଉକ୍ତ ୪ ଜଣ ଯବାନ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ହଜାର ଟଙ୍କା ଲେଖା ତଣ୍ଡ ଗଣିଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ଓ ସିଂହଦ୍ବାର ନିକଟରେ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପୁଲିସ ଚର୍ଚ୍ଚାରେ ରହିଛି। ଭିତରଚ୍ଛଙ୍କୁ ଆକ୍ରମଣ, ନାବାଳିକାଙ୍କୁ ଅସଦାଚରଣ, ନିଶା ଖାଇ ଶ୍ରୀମନ୍ଦିରରେ ଡ୍ୟୁଟି କରିବା ଘଟଣାରେ ପୁଲିସକୁ ନିନ୍ଦିତ ହେବାକୁ ପଡିଛି। ଗତବର୍ଷ ଶ୍ରାଦ୍ଧ କରୁଥିବା ବେଳେ ଜଣେ ପୁଲିସ ଅଫିସର ଶ୍ରୀମନ୍ଦିର ଫଟୋ ଭାଇରାଲ କରି ସସ୍‌ପେଣ୍ଡ ହୋଇଥିବା ବେଳେ ନୂଆବର୍ଷର ପ୍ରଥମ ଦିନରେ ସେଲ୍‌ଫି ଉଠାଇ ଯବାନମାନେ ଜୋରିମାନା ଗଣିଛନ୍ତି।

By amfnews

Related Post