Fri. Aug 14th, 2026

ଶ୍ରୀମନ୍ଦିରରେ ଚାକିରି ନାଁରେ ଠକେଇ ଘଟଣା :ଧରାହେଲା ମୁଖ୍ୟ ଅଭିଯୁକ୍ତ

307 Views

ପୁରୀ, ଡିସେମ୍ବର ୧୭ : ଶ୍ରୀମନ୍ଦିରରେ କିରାଣି ଚାକିରି କରାଇ ଦେବା ନାଁରେ ୨୦ରୁ ଅଧିକ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ସିଂହଦ୍ବାର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଅବକାଶ ଲେନର ଟିନା ଓରଫ ଦେବାଶିଷ ଦାସ (୩୦)ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଟିନା ଏହି ଟଙ୍କା ନେଇ ଅନ୍ୟମାନଙ୍କୁ ଦେଇଥିବା ପୁଲିସ ଆଗରେ ସ୍ବୀକାର କରିଥିବାରୁ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି।

ଖୋର୍ଧାର ୬ ଜଣ ଯୁବକ ଏହି ଜାଲରେ ଫସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଅଭିଯୋଗ କରିଥିଲେ। ଆରକ୍ଷୀ ଅଧିକ୍ଷକ ଡା. ସାର୍ଥକ ଷଡ଼ଙ୍ଗୀ ସିଂହଦ୍ବାର ଥାନାକୁ ବିହିତ ପଦକ୍ଷେପ ପାଇଁ ନିର୍ଦେଶ ଦେବା ପରେ ମଧ୍ୟ ପୁଲିସ ତଦନ୍ତ ଏ ଦିଗରେ କାଣିଚାଏ ଆଗେଇନି। ଏହି ଠକେଇ ଜାଲରେ ଫସିଥିବା ଯୁବକମାନେ ଟଙ୍କା ନେଇଥିବା ବ୍ୟକ୍ତି ନାଁ ସ୍ପଷ୍ଟ କହୁଥିବାବେଳେ କିଏ ଅଭିଯୁକ୍ତ ପୁଲିସ ବି ସ୍ପଷ୍ଟ ଜାଣିସାରିଲାଣି। ତଥାପି ଏ ନେଇ ମାମଲା ରୁଜୁ ନକରିବା କି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ତେବେ ଟଙ୍କା ନେଣଦେଣର ମଧ୍ୟସ୍ଥି ସାଜିଥିବା ବ୍ୟକ୍ତିକୁ ଡାକି ପୁଲିସ ପଚରାଉଚରା ଜାରି ରଖିଛି।

By amfnews

Related Post