Wed. Oct 14th, 2026

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା, ମହାପ୍ରଭୁଙ୍କ ମହାସ୍ନାନ

192 Views

ପୁରୀ, ଜାନୁଆରୀ ୧୧ :‌ ଶ୍ରୀମନ୍ଦିର ଭିତରକାଠରେ ଆଜି ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଏଥିପାଇଁ ଆଜି ପ୍ରାୟ ଅଧଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ଗାରଦ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ସଂଧ୍ୟାରେ ଭିତରକାଠରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। କେଉଁଠୁ ରକ୍ତ ଛିଟା ଆସିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଭକ୍ତଙ୍କ ଗୋଡ଼ ଖଣ୍ଡିଆ ହୋଇ ରକ୍ତ ପଡ଼ିଥିବା ଅନୁମାନ କରାଯାଉଛି। ଫଳରେ ସଂଧ୍ୟା ପ୍ରାୟ ୫ଟା ୩୫ରୁ ସଂଧ୍ୟା ୫ଟା ୪୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା। ଗର୍ଭଗୃହ ଓ ଭିତରକାଠକୁ ପାଣି ପକାଇ ଶୋଧ କରାଯାଇଥିଲା। ମହାସ୍ନାନ ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।

By amfnews

Related Post