Wed. Sep 30th, 2026

ଶ୍ରୀମନ୍ଦିର ପାଖରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

241 Views

ପୁରୀ : କିଛି ସମୟ ପୂର୍ବରୁ ପୁରୀର ଶ୍ରୀମନ୍ଦିର ପାଖରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ନେଇ ଲଙ୍ଗୁଳି ମଠ ଓ ଏମାର ମଠକୁ ଲିଖିତ ନୋଟିସ୍ ଦିଆଯାଇଥିଲା। ବହୁ ପ୍ରାଚୀନ ଲଙ୍ଗୁଳି ମଠର ଉଚ୍ଛେଦ କାମ ସରିବାପରେ ଏମାର ମଠର ଉଚ୍ଛେଦ କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ବର୍ତ୍ତମାନ ଉଚ୍ଛେଦ କାମ ସୁରୁଖୁରୁରେ ଚାଲିଥିବା ସୂଚନା ମିଳିଛି।

ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ଗତକାଲି ଖାଲି କରି ଦିଆଯାଇଥିଲା। ବ୍ୟବସାୟୀମାନେ ନିଜ ନିଜ ଜିନିଷପତ୍ର ଗାଡ଼ି ଲଗାଇ ବୋହି ନେଇଥିଲେ। ଗତ କାଲି ସଂଧ୍ୟା ସୁଦ୍ଧା ପ୍ରାୟ ସବୁ ଦୋକାନ ଘର ଖାଲି ହୋଇଯାଇଥିଲା। ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ସେହି ଅଞ୍ଚଳରେ ୧୦ରୁ ଅଧିକ ପ୍ଲାଟୁନ୍ ଫୋର୍ସଙ୍କୁ ପ୍ରସ୍ତୁତ କରି ରଖାଯାଇଛି।
ଆଜି ସକାଳୁ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରି ମଠ ଓ ତତ୍ସଂଲଗ୍ନ ଦୋକାନ ଘରଗୁଡ଼ିକୁ ଭାଙ୍ଗୁଥିବା ଜଣାପଡ଼ିଛି।

By amfnews

Related Post