Sat. Oct 3rd, 2026

ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

357 Views

ପୁରୀ : ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ଆଜି ପୁଲିସର ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଏହି ସୂଚନା ଗୁଇନ୍ଦା ବିଭାଗ ଜିଲ୍ଲା ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ଗୁରୁତ୍ବ ଦେଇନାହିଁ। ଆକ୍ରମଣ ଆଶଙ୍କା ସତ୍ତ୍ବେ ରାତି ପ୍ରାୟ ସାଢ଼େ ବାରଟା ସୁଦ୍ଧା ପୁଲିସ ଶ୍ରୀମନ୍ଦିରର ସିଂହଦ୍ବାର ଏବଂ ଅନ୍ୟ ତିନି ଦ୍ବାରରେ କୌଣସି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଲାଗୁ ନ କରିବା ବିସ୍ମିତ କରିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ଆଜି ରାତିରେ ପୁରୀ ଗୁଇନ୍ଦା ବିଭାଗକୁ ଏକ ମେସେଜ୍‌ ଆସିଥିଲା। ଆତଙ୍କବାଦୀମାନେ ଏବେ ଶ୍ରୀମନ୍ଦିରକୁ ଟାର୍ଗେଟ୍‌ କରିଥିବା ଏଥିରେ ଉଲ୍ଲେଖ ଥିଲା। ଗୁଇନ୍ଦା ବିଭାଗ ପକ୍ଷରୁ ଏସ୍‌ପିଙ୍କୁ ତୁରନ୍ତ ଏହି ସୂଚନା ଦିଆଯାଇଥିଲା। ମାତ୍ର ରାତିରେ ଶ୍ରୀମନ୍ଦିର ଚାରିକଡ଼ର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ପୁଲିସ ଏହି ସୂଚନାକୁ ଗୁରୁତ୍ବ ଦେଉ ନଥିବା ଅନୁମାନ କରାଯାଉଛି।

By amfnews

Related Post