Wed. Oct 14th, 2026

ଶୋ ରୁମରୁ ଲୁଟି ଥିଲେ, ଧରା ପଡ଼ିଲେ

210 Views

କଟକ : କଟକ ମଙ୍ଗଳାବାଗରେ ଥିବା ଏକ ଗାର୍ମେଣ୍ଟ ଶୋ ରୁମ୍‌ ଲୁଟ୍‌ ଘଟଣାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ସମେତ ୪ଜଣକୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌। ସେମାନଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ଟଙ୍କା ସହ ୨ଟି ବାଇକ୍, ଲୁଗାପଟା ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ନାଁରେ ଏକାଧିକ ମାମଲା ରହିଛି।

ଅନ୍ୟପକ୍ଷରେ ଏହି ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ତାକୁ ଧରିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ଗତ ମେ’ ମାସ ୮ ତାରିଖରେ ମଙ୍ଗଳବାଗସ୍ଥିତ ଏକ ଗାର୍ମେଣ୍ଟ ଶୋ ରୁମ୍‌ରେ ୫ ଜଣ ଦୁର୍ବୃତ୍ତ ପଶି ଲୁଟ୍‌ କରିଥିଲେ। କିଛି ଦିନ ପରେ ପୁଣି ମଙ୍ଗଳବାଗ ଅଞ୍ଚଳରେ ଥିବା ଏସ୍‌ବିଆଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଗତକାଲି ପୁଲିସ୍‌ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ  ଗିରଫ କରିବାରେ ସଫଳ ହୋଇଛି।

By amfnews

Related Post