Mon. Oct 26th, 2026

ଶାହାବୁଦ୍ଦିନଙ୍କ ପୁତୁରାକୁ ଗୁଳି କରି ହତ୍ୟା

320 Views

ପାଟନା: ବିହାରର ବାହୁବଳି ନେତା ତଥା ଆରଜେଡି ର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ପୁତୁରା ୟୁସୁଫଙ୍କୁ ଗତକାଲି ରାତିରେ କେତେକ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି।ବିହାରର ସିଓ୍ଵାନ ଠାରେ ୟୁସୁଫଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ବିହାର ରାଜନୀତି ସରଗରମ ହୋଇ ଉଠିଛି।
ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘନିଷ୍ଠ ଭାବେ ଜଣାଶୁଣା ଶାହାବୁଦ୍ଦିନ ୨୦୧୫ ଡିସେମ୍ବର ୯ ତାରିଖରେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଅଛନ୍ତି।

View image on Twitter

ଗ୍ୟାଙ୍ଗଷ୍ଟାରର ରାଜନେତା ପାଲଟିଥିବା ଶହାବୁଦ୍ଦିନ ନାମରେ ନରହତ୍ୟା, ଅପହରଣ ପରି ୬୩ଟ ମାମଲା ରହିଛି। ବିହାର ସରକାର ଶାହାବୁଦ୍ଦିନକୁ ‘କ’ ଅପରାଧୀ ଶ୍ରେଣୀରେ ତାଲିକାଭୁକ୍ତ କରିଛନ୍ତି। ଯେଉଁ ଅପରାଧୀଙ୍କ ମଧ୍ୟରେ ସଂସ୍କାର ଆସିବାର ସମ୍ଭାବନା କମ୍‌ ଥାଏ ସେମାନଙ୍କୁ ଏହି ‘କ’ ଅପରାଧ ଶ୍ରେଣୀରେ ତାଲିକାଭୁକ୍ତ କରାଯାଇଥାଏ।

By amfnews

Related Post